Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ବି. ନିରୁପମା

Others

3  

ବି. ନିରୁପମା

Others

ତୋତେ ମୋତେ ସିନା ଜଣା

ତୋତେ ମୋତେ ସିନା ଜଣା

1 min
7.3K



ତୋ ମୋ ଭିତରେ ଯେଉଁ ଭାବ ଅଛି
ତୋତେ ମୋତେ ସିନା ଜଣା ,
ଆଉ କା' ନଜରେ ଧରାପଡ଼ିଗଲେ
ଅପବାଦେ ହେବ ଗଣା ।(୦)

ଶୟନେ ସପନେ କିବା ଜାଗରଣେ
ନାଚୁଥାଏ ତୋର ମୁହଁ ,
ଭୋକ,ଶୋଷ ଭୁଲି ,ଭାଳୁଥାଏ ଖାଲି
ସତେ ତୁ ମୋର କି ନୁହଁ ;
କିବା ଆଉ କାହା ପାଶେ ମନଦେଇ
କରୁଅଛୁ ମୋତେ ବଣା ।(୧)
ଅପବାଦେ ହେବ ଗଣା...

ତୋ ମୋ ଭିତରେ ଯେଉଁ ଭାବଅଛି
ତୋତେ ମୋତେ ସିନା ଜଣା ,
ଆଉ କା' ନଜରେ ଧରାପଡ଼ିଗଲେ
ଅପବାଦେ ହେବ ଗଣା ।

ଶୁଣିଛି ମୁଁ ତୋର ଭାବରେ ପଡ଼ିଲେ
ଏମିତିକା ଦଶା ହୁଏ ,
ନିନ୍ଦା,ଅପବାଦ, ଉଲୁଗୁଣା ଯେତେ
ସହି ସହି ଦିନ ଯାଏ ;
ତଥାପି ମୁଁ ତୋତେ ମନ ଦେଇଅଛି
ବୁଦ୍ଧି ମୋ ହୋଇଛି ବଣା ।(୨)
ଅପବାଦେ ହେବ ଗଣା...

ତୋ ମୋ ଭିତରେ ଯେଉଁ ଭାବ ଅଛି
ତୋତେ ମୋତେ ସିନା ଜଣା ,
ଆଉ କା' ନଜରେ ଧରାପଡ଼ିଗଲେ
ଅପବାଦେ ହେବ ଗଣା ।


ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in