Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Others

3  

Bijay Prusty

Others

ବେସୁରା ଗୀତି-୭୨୪

ବେସୁରା ଗୀତି-୭୨୪

1 min
13.5K


ବେସୁରା ଗୀତି-୭୨୪

 

କାହିଁକି ଆସିଛୁ ବର୍ଷା

କିଆଁ ମୋତେ ଛୁଇଁବାକୁ କହୁ

କିଆଁ ମୁଁ ଭିଜିବି ଆଜି ତୋ ସହିତ

ଢାଳି ମୋର ସବୁ ଲୁହ ଲହୁ  ॥

ତୋ ଛୁଆଁ ପାଇଁକି ଆଉ

ପାଗଳ ହେଉନି

କଥା ମୁଁ ଦେଇଛି ପରା

ତୋ ସହିତ ଆଜି ଭିଜିବିନି  ॥

ତୋ ସହ ଭିଜିଲେ ଥରେ

ଲାଗିଯିବ ଆକାଶ ରେ ନିଆଁ

ହୃଦୟ ମୋ ଜଳୁଥିବ

ପାଇବାକୁ ତୋର ପ୍ରୀତି ଛୁଆଁ  ॥

ଆଖିତଳୁ ସବୁ ଲୁହ ଆଖିରେ ମାରିଛି

ହୃଦୟ ତଳ ରେ ମୋର

ନିଆଁଟିଏ ଏବେ ବି ଜଳୁଛି

ନୀତି ମୋତେ ଜାଳିକି ମାରୁଛି  ॥

ବରଷି ଯାଆ ଲୋ ବର୍ଷା

ଭିଯାଇ ଦେ ସଭିଙ୍କର ଦେହ

ଖୁସିରେ ବରଷି ଯାଆ

ମୋ ଆଖିରେ ନାହିଁ ଆଉ ଲୁହ  ॥



Rate this content
Log in