Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SIPRA NAMTA

Others

3  

SIPRA NAMTA

Others

ଅଭିଳାଷର ଅବର୍ତ୍ତମାନରେ

ଅଭିଳାଷର ଅବର୍ତ୍ତମାନରେ

1 min
13.3K


ଅଭିଳାଷ ର ଅବର୍ତ୍ତମାନ ରେ

♀♀♀♀♀♀♀♀♀♀♀♀♀♀♀♀♀



ଭିଜା ଆଖିର, ପଲକ ତଳେ ,

ଅଭିମାନ ଚାହାଣୀ ,

ଅକୁହା ବାରତା ତୁମ ଚାପିଦିଏ ,

ମୌସୁମୀର ଲୁହ ,,

ଆତ୍ମ ତୃପ୍ତି ପାଇବାରେ ,

ସନ୍ଦିହାନ ତୁମ ମୁଖ ଦରପଣୀ,

ସ୍ପର୍ଦ୍ଧା ଲଜ୍ଜା କରେ ସ୍ମୃତି ରେ ,

ଜଡାଇବାକୁ ହୃଦୟ ର କୋହ ।।


ଟିପି ଟିପି ବର୍ଷା ପାଣି ଭରିଦିଏ ,

ସାନ୍ତ୍ବନାର ସ୍ୱର ହୃଦୟରେ ,

ଆଖିର ଆଖିଏ ଶୂନ୍ୟତା କିନ୍ତୁ

ଚିରିଦିଏ ମନ ଆଉ ପ୍ରାଣ ,,

ବିରହ ବେଦନା ର ମୁହୂର୍ତ୍ତରେ

ଆରମ୍ଭ ରୁ ଶେଷ ସୀମା,

ଥିଲେ ଥାଉ , ଆକାଶଟା କିନ୍ତୁ

ଧୂମ କୁଣ୍ଡଳୀରେ ଆଚ୍ଛନ୍ନ ।।


ମାୟା ମାନେ ସୃଷ୍ଟିର ଆଦି ଅନ୍ତେ ,

ବିରାଜିତ ସକଳ ପଦାର୍ଥେ ,

ଗତିଶୀଳ ମନ ର ଚିକୁରେ

ତ୍ରିଭୁବନ ବିଜୟ ର ଆକାଂକ୍ଷା ,,

ସଦା କ୍ଷୁବ୍ଧ କରେ ଅସ୍ତିତ୍ୱ ଜୀବନେ ,

ଏବେ ତ ଗବାକ୍ଷ ଉନ୍ମୁକ୍ତ ହୁଏ ,

ଘଟଣା,ଦୁର୍ଘଟଣା ର ଅବସାନ ପରେ ,

ବାଦଲ ର ଧୁଆଁ ରେ (ଖାଲି ) ଜୀଇଁବାର ପ୍ରତୀକ୍ଷା ।।


ପ୍ରତି ଶ୍ବାସ ବାୟୁ ତୁମ ଚତୁର୍ଦ୍ଦିଗେ ,

ଆଚ୍ଛାଦିତ ଛଳନାର ବର୍ମ ତଳେ ,

ଅହଂ ର ଜ୍ୱଳନ୍ତ ଅଗ୍ନି ରେ ଲେଲିହାନ ,

ଶିଖା ର ଲହ ଲହ ଅବୋଶୋଷ ,,

ଷଠୀଘର ଠାରୁ ଶେଷ ଜୁଈ ଡାକେ ,

ମୋକ୍ଷ ଲାଭ କରିବାକୁ ନଶ୍ୱର ଶରୀରେ ,

ଆତ୍ମାହୂତି ଦେବାପାଇଁ ନିର୍ବାଣ ପଥରେ ,

ଅବସାଦ ଅଲୋଡା ଯେ ଇପ୍ସିତ ଅଭିଳାଷ ।।


ସବୁତକ ମୋହ ବୋହିଯାଉ ଲୁହରେ ,

ତୁମ ଅବର୍ତ୍ତମାନରେ ମୂଲ୍ୟ ନାହିଁ ତା'ର ,

ଆଃ ସ୍ମୃତି କପାଟରେ ଅହଂର ସ୍ୱର ,

ଉଦ୍ଦାତ୍ତ ,ଚପଳ ପ୍ରତିଶୋଧ ବନହିଁ ଜଳେ ,,

ଆକାଶଟା ଲୁହ ଭର୍ତ୍ତି ଥମ ଥମ ଦିଶେ ,

ବିଜୁଳୀ ରଥରେ ବସି ସ୍ୱର୍ଗଅଭିମୁଖେ ,

ମେଘକନ୍ୟା ତୁମେ !ଯାଇପାର ,ହେଲେ ,

ମୋ ଦେହେ ଅଜସ୍ର ପାପ, ପୁଣ୍ୟ ନାହିଁ ତିଳେ ।।


==================

ସିପ୍ରା ନାମତା ( ନମ୍ରତା )


ବାରିପଦା

8249750168





Rate this content
Log in