Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Others

5.0  

ବି. ନିରୁପମା

Others

କରେ ନୃତ୍ୟ ପ୍ରଦର୍ଶନ

କରେ ନୃତ୍ୟ ପ୍ରଦର୍ଶନ

1 min
301



           

ତୁମଲାଗି ଆଜି ଛନ୍ଦ ତୋଳୁଛି ମୁଁ

ଗୀତ ଗୋବିନ୍ଦର ସୁରେ ,

ଚକାଆଖି ମେଲି ଦେଖୁଥାଅ ପ୍ରଭୋ

ଏତିକି ମିନତି କରେ ।


କଳାନିଧି ତୁମ କଳାରୁ ଟିକିଏ

କରିଅଛ ବୋଲି ଦାନ ,

ଶୋଭାମୟୀ ସାଜି ଠାଣି ଚାହାଣିରେ

କରେ ନୃତ୍ୟ ପ୍ରଦର୍ଶନ ।


କୁଞ୍ଜବନ କେଳି ଗୋପିଙ୍କର ମେଳି

ରାଗ,ରୁଷା-ପରିହାସ ,

ଅଙ୍ଗଭଙ୍ଗୀ ତୋଳି ତୁମ ଆଗେ ପୁଣି

ରଚୁଅଛି ମୁହିଁ ରାସ ।


ଫେରି ଯାଉଅଛି ଦ୍ଵାପର ଯୁଗକୁ

ଯମୁନା କୂଳର ତଟେ ,

ଗୋପାଳୁଣୀଙ୍କର ସଙ୍ଗତରେ ତୁମେ

ରଚିଥିଲ ଲୀଳା ଯେତେ ।


ଗୋଟି ଗୋଟି କରି ସେଇ ଗାଥାମାନ

ପରିପ୍ରକାଶୁଛି ନୃତ୍ୟେ ,

ତୁମରି ହୃଦୟ ପ୍ରଫୁଲ୍ଲିତ ହେଲେ

ଅଭ୍ୟାସିବି ଅଗ୍ରେ ନିତ୍ୟେ ।।



Rate this content
Log in