Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Others

5.0  

Sukanti Hotta

Others

ଦେବଶିଳ୍ପୀ

ଦେବଶିଳ୍ପୀ

1 min
156


ହେ ବିଶ୍ୱକର୍ମା ବିଶ୍ୱ ରଚୟତା

ସୁନ୍ଦର ତୁମର ସୃଷ୍ଟି ,

ତୁମ ଆଗମନେ ଏ ଧରା ବକ୍ଷରେ

କରନ୍ତି ପୁଷ୍ପ ବୃଷ୍ଟି l


ନିହାଣ ମୁନରେ କି ସୁନ୍ଦର ଭାବେ

ଗଢ଼ିଦେଲ ତିନି ମୂର୍ତ୍ତି ,

ଅଧାଗଢା ରୂପ ଅତି ମନଲୋଭା

ମନ ହୋଇଯାଏ ତୃପ୍ତି l


କେତେ ରୂପରେ ପୂଜା ପାଉଅଛ

ଅଦଭୂତ ତୁମର ଲୀଳା ,

ତୁମରି ରହସ୍ୟ ତୁମକୁ ହିଁ ଜଣା

ସଂସାର ତୁମର ଖେଳା l


ସର୍ଜନା ତୁମର ରଚନା ତୁମର

ଆମେ ସବୁ ତୁମ ଦାସ ,

ତୁମେ ନାରାୟଣ ତୁମରି ଭିଆଣ

ହେ ଦେବଶିଳ୍ପୀ ତୁମେ ନମସ୍ୟ l


ନିହାଣ ମୁନରେ ଅତି ସୌନ୍ଦର୍ଯ୍ୟରେ

ଗଢ଼ି ଅଛ ତୁମେ ବିଶ୍ୱ

ସୁନ୍ଦର ସୃଷ୍ଟିକୁ ରକ୍ଷା କର ତୁମେ

ହେବାକୁ ଦିଅନି ଧ୍ୱଂସ l



Rate this content
Log in