Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ram Prasad Bisoi

Others

2  

Ram Prasad Bisoi

Others

ସଂଳାପ-୨୩**

ସଂଳାପ-୨୩**

1 min
6.7K


ସଂଳାପ-୨୩**
 
ତଥାଗତ ! 
ତମ ଉତ୍ତରଟି ଏଡେ ସହଜ ଥିଲା 
ଯେ ମୋ ପ୍ରଶ୍ନ--? ରହିଗଲା ହୋଇ ଏକ ଦୀର୍ଘ ପ୍ରତୀକ୍ଷାର ବାର୍ତ୍ତାବାହୀ------!
ତମେ ଜାଣ କି ? 
ପ୍ରତୀକ୍ଷା କେତେ କଷ୍ଠଦାୟକ ,
ମୁଁ ଜାଣେ, 
ତମେ ବି ଠିଆ ହୋଇଛି ସଂସାରର ଲମ୍ବା କଟାରରେ,
ତମ ନିସ୍ୱତି ! 
ମୋ ପାଇଁ ନିଶ୍ଚିତ ପାଥେୟ,
କିନ୍ତୁ ଜୀବନକୁ ତ ବଞ୍ଚି ଦେଖ ସାଧାରଣ ଭାବରେ, 
ତମ ସବୁ ପ୍ରଶ୍ନର ,
ଉତ୍ତର ପାଇଯିବ, ଜୀବନ ,ଖାଲି ଯେ ଅସଂଖ୍ୟ ଘଟଣାବଳିର 
ସମୂହ ଏଠି ପ୍ରତି ମୁହୂର୍ତ୍ତ ଏକ ସଂଘର୍ଷ,
ସାପ , ନେଉଲର ଖେଳ
ଜନ୍ମ ଓ ମୃତ୍ୟୁ ଭିତରେ 
ବୋଧେ ତୁମେ ଖେଳୁଛ୍ୱ ,ମୋ ଭଳି ଚକା ଭଉଁରୀ ,
ତାରି ଭିତରେ ନିର୍ବାଣ ,
ମୁଁ କିନ୍ତୁ ଜଡ଼ସଡ଼ ବୁଡ଼ ହୋଇ ରହିବି
ତୁମେ ଯାହାକୁ କୁହ ପଙ୍କ, ତାରି ଭିତରେ ଜାରି ରହୁ 
ମୋ #ମଧୁରୀମାରଅନ୍ୱେଷଣ---!!
 
©®କାଶ୍ୟପ, ରାୟଗଡା


Rate this content
Log in