Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Disambar Meher

Inspirational

3  

Disambar Meher

Inspirational

ଜୀବନ ବାଟ

ଜୀବନ ବାଟ

1 min
6.7K


କେତେ ଯେ ଲମ୍ବା

ଏଇ ଜୀବନ ବାଟ

ନାହିଁ ଏଠି ରଙ୍ଗମଞ୍ଚ

ଘଟେ କେତେ ନାଟ ।

ପ୍ଲାଷ୍ଟିକ୍ସ ମୁଣି ଗୋଟାଇ

କଟୁଛି ସାରା ଜୀବନ

କ୍ଷୀଣ ଶକ୍ତି ଦେହ

ନୁହେଁ ମୁଁ ବଳବାନ ।

ନାହିଁ ମୋର କିଛି

ଉଚ୍ଚ କାମନା ଆଶା

ଏ ସଂଘର୍ଷର ମୂଳ

ମୁଠାଏ ଅନ୍ନ ଟଙ୍କା ପଇସା ।

ଜୀବନ ବାଟେ କଣ୍ଟା ମାଡିମାଡି

ପାଉଛି କେତେ ଯେ ଦୁଃଖ

କ୍ଷଣିକ ଶାନ୍ତି ଆସିଲେ

ଲାଗେ ସତେ କେତେ ସୁଖ ।

ସେ ଉଚ୍ଚ ପକ୍କାଘର

ନାହିଁ ମୋର ମୋହ

ରାତିଟିଏ ପାଇଁ ଜାଗା

ଖୋଜି ଖୋଜି ଝରିପଡେ ଲୁହ ।

ସମାଜେ ନାହିଁ ମୋର ଶତ୍ରୁ

କରୁନି କାହାକୁ ଅଭିମାନ

ଗରିବ ମୁଁ ସତ

ମାଗିବିନି ଭିକ୍ଷା ଚାହେଁ ସ୍ୱାଭିମାନ ।

ଏ କେମିତିକା ଦୁନିଆ

ଏଠି ସବୁ ବିଚିତ୍ର ବିସ୍ମୟ

ପ୍ରତି ମୂହୁର୍ତ୍ତ ଏଠି

ସ୍ୱାର୍ଥ ହିଂସାର ସମୟ ।

ଆଶା ଥିଲା ପଡିବାକୁ

ଦୁଇ ଅକ୍ଷର ପାଠ

ଏକୁଟିଆ ଏ ଜୀବନେ

ପାଉଛି କେତେ କଷ୍ଟ ।

ଡିସମ୍ବର ମେହେର

ଗଣ୍ଡାବାହାଲି ନୂଆପଡା


Rate this content
Log in

Similar oriya poem from Inspirational