ମୋର ନିବେଦନ
ମୋର ନିବେଦନ
1 min
6.7K
କହରେ କଳାବଦନ କହ ଚକାଆଖି
କାହିଁକି କରିଲୁ ମତେ ଏଡେ ନିରିମାଖୀ ॥
ଯାହାକୁ ମୁଁ ସୁଖ ଭାବି ଦିନ ବଞ୍ଚୁଥିଲି
ତାକୁ ମୋ ଠୁ ଦୂର କରି ଦେଲୁ ଦୂରେ ଠେଲି ॥
କେମିତି ବଞ୍ଚିବି କହ ଜଗତର ପତି
ତୋ ପାଦେ ଶରଣ ଗଲି ଦେ ମୋତେ ଶକ୍ତି ॥
କିଛି ବାଟ ଚାଲିଥିଲି କାହା ହାତ ଧରି
ଆଗକୁ ବାଟ ଦେଖାଅ ଗୋଲକ ବିହାରୀ ॥
ଏତିକି ମାଗୁଣି କରେ ଆହେ ଗୋପୀନାଥ
ଆଉ ଦୁଃଖ ଦିଅ ନାହିଁ ନ କର ଅନାଥ ॥
ତୁମେ ଜଗତର କର୍ତ୍ତା ଜଗତର ସ୍ଵାମୀ
ମୋର ନିବଦନ ଘେନ ଆହେ ଅନ୍ତର୍ଯ୍ୟାମୀ ॥