ଶେଷଦୃଶ୍ୟ
ଶେଷଦୃଶ୍ୟ
ଭାଙ୍ଗିଯିବି ଅଭ୍ର ଭଳି କହିଦେଲ, ସାରିଦେଲ
କଥା ଓ କବିତା
ମୁଁ ପା ତୁମ ଶିଳ୍ପ କୋଣାର୍କର ଆବାହାମାନକାଳରୁ ଦଣ୍ଡାୟମାନ
ତୁମ ପ୍ରତୀକ୍ଷାର
ଜ୍ୱାଳାରେ
ମିଛ ଓ ସତର ଦରଭଙ୍ଗା
ଘେରା ଭିତରେ
ଯେମିତି
ପିଲାଦିନ ବୋହୁବାଗୁଡ଼ି ଖେଳ ,
ଭୁଲି ବି ଭୁଲି ପାରେନା
ତୁମକୁ
ତୁମ ପରା ମୋ କବିତା
ସୁନ୍ଦରୀ କାବ୍ୟନାୟିକା,
ଭାଵ ଡୋରେ ବନ୍ଧା,
ଅଭାବକୁ ଭାଵ,ଭାବକୁ ଅଭାବ,
ଦୂର ପାହାଡ଼,
ଖିଲି ଖିଲି ହସୁଥିବା ଚିର ହରିତ ବନାନୀ ସୁନ୍ଦରବନ
ଶୁନ୍ୟ ଶ୍ରେତା
ଅବ୍ୟକ୍ତ ଅଭିଳାଷ-------------!
ହସ, ଖୁବ ହସ,
ଦେଖି ମୋ ନିଃସହାୟତା
ମୋ ପାଗଳାମି ମୋ ଆପଣାର,
ମୁଁ ନ ହୋଇପାରେ ଉପଯୁକ୍ତ ପାତ୍ର ଅବହେଳିତ ପ୍ରେମର,
ତୁମେ
କିନ୍ତୁ
ସଦା ହୋଇ ରହିଥିବ,
ପ୍ରେମିକା
ଯେମିତି
କମଳ ହୋଇ ରହିଥାଏ,
ସୂର୍ଯ୍ୟ ସ୍ନାତା ସକାଳର,
ଶୀତଳ ଚନ୍ଦ୍ରାଲୋକ
ନୀଳକଇଁର,
ସାଗରର ଏକାନ୍ତ ଆପଣା
ନୀଳନୀରବତା--------!!
ଉଛ୍ୱସ ଅନେକ ଏଠି ,
ବ୍ୟତିକ୍ରମ ବି ଅନେକ
କହିପାର
ବୈପ୍ଲବିକ ସ୍ରୋତାନି ରୁଗ୍ଣ ମାନସିକତାର ପରିଚୟ,
ତା ହେଲେ
ଭଲ ପାଇବା କଣ ?
ସୀମିତ
ସୁସ୍ଥ ମାନସିକତାର ପରିଚୟ ଭିତରେ କୁହ ତ,
ବୁଝି ଅବୁଝା କୁ କି ବୁଝାଇ ହେବ
ଭଲ ପାଇବାର ପରିଭାଷା
ଆବେଗ ଠାରୁ କଣ ?
ଅଧିକ କ୍ରିୟମାନ
ପ୍ରଚଳିତ ସାମାଜିକ ବ୍ୟବସ୍ଥା
ଭାବି ଦେଖ, ଚାଲି ଦେଖ
ଗୋଟିଏ
କେବଳ ଗୋଟିଏ ପାଦ
ଅଧିକା,
ଏଇତ ଖାଲି ବାକି ରହିଯାଇଛି
କରିବାକୁ ପୂରଣ, ଆମ ଏ କାହାଣୀର ବାକି ଅଛି କେବଳ
ରୂପାନ୍ତରିତ ହେବାକୁ ରୂପେଲି ପରଦାରେ
ଶେଷଦୃଶ୍ୟ-------!!!
©®କାଶ୍ୟପ,ରାୟଗଡା