Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Parshuram Biswal

Others

2  

Parshuram Biswal

Others

ଏଇ ପଣି ଗୋଟି ସାରା ରାଇଜରେ

ଏଇ ପଣି ଗୋଟି ସାରା ରାଇଜରେ

1 min
1.3K


ଏଇ ପଣି ଗୋଟି ସାରା ରାଇଜରେ

 

ପର୍ଶୁରାମ ବିଶ୍ୱାଳ

 

ଦି’ମାସ ହେଲା ହେଇଥିଲା ଜଗା ମୋ ଗାଆଁ ଢଳେଇ ରାସ୍ତା

ଫାଟି ଆଁ କରି ଅନେଇଚି ଆଜି, କି କହିବି ଏ ଅବସ୍ଥା

ସାଇକଲ ଗାଡ଼ି ଯାଇହେଉ ନାହିଁ

ଗାଈଗୋରୁଟି ହିନସ୍ତା ।

 

ଏ ଢଳେଇ କାମ ପଣି ଭାରି ଟାଣ, ଜାଣିଚୁ ଠାକୁର ତୁହି

ତଳୁ ସେ ଉପର କର୍ମଚାରୀ ପଣି ବିନା ଗାର ନମାରଇ

ସିମେଣ୍ଟ ସେ ଗୋଡ଼ି ବାଲି କମିଗଲେ

ତାଙ୍କର କି ଅଛି ଚିନ୍ତା !

 

ଏଇ ପଣି ଗୋଟି ସାରା ରାଇଜରେ ଆଇନ ଭଳିଆ ଲାଗେ

କିଏ କେତେ ନବ ହିସାବଟି ଥୁଆ, କି କହିବି ତୋର ଆଗେ

ସରକାରୀ କଳ ପଣିରେ ଚାଲିଚି

ଇଏରେ ଆମ ବ୍ୟବସ୍ଥା ।

 

ପଣି ବିନା ଏଠି କାମ ଘରେ ତାଲା, କିଏ ନଜାଣିଚି କହ

ନେତା, ମନ୍ତ୍ରୀ ଆଉ ଅଫିସର ନିତି ପହଁରନ୍ତି ପଣି ସୁଅ

ଏଭଳି ରାଇଜ ନଥିବଟି କାହିଁ

ଏ ନିତିଦିନିଆ କଥା ।

 

ଆମ ସରକାର ପଣି କଥା ଗୋଟି ଜାଣି ବି ଆଜି ଅଜଣା

ଲୋକେ ଜାଣିବାକୁ ହେଉଚନ୍ତି ସିଏ ମିଛେ ଖାଲି ବାଟବଣା

ସବୁ ଜାଣିଶୁଣି ଶୋଭା ପାଉନାହିଁ

ତୋର ଏଇ ନିରବତା ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in