ମନ ମୋର ଆଶାର ସହର
ମନ ମୋର ଆଶାର ସହର
1 min
6.6K
ମନ ମୋର ଆଶାର ସହର
ସମାନ ମୋ ପାଇଁ ଅମୃତ କି ଜହର
ସ୍ଵପ୍ନ ମୋର ଏକ ବାଲିଘର
ଭାଂଗେ ଗଢ଼େ ନାହିଁ ଠିକଣା ତାହାର !!
ଭଂଗା ଗଢା ଦୁନିଆରେ କିଛି ନାହିଁ ଦୁଃଖ
ସ୍ଵପ୍ନର ସନ୍ଧାନୀ ମୁଁ ସବୁ ମୋର ସୁଖ
ସୁଖୀ ମଣିଷଟେ ମୁଁ ମୋ ସ୍ଵପ୍ନ ସହରେ
ପାଏ କେତେ ଶାନ୍ତି ମୋ ଲେଖନୀ ମୁନରେ !!