ଜୀବନ ଗୀତା-୩୨୨
ଜୀବନ ଗୀତା-୩୨୨
ଜୀବନ କେବେ ଛଳଛଳ କରୁଣାର
ସୁରଭିତ ଫୁଲ
କେବେପୁଣି ସେ ଦପଦପ ଅଂଗାରର
ରଡନିଆଁ ଝୁଲ ॥୦॥
ଅଚାନକ ପଥେ ଦିନେ
ଆସିଯାଏ ମୋଡ
ସରଳ ଜୀବନ ନେଇ
ଯାଏ ଭିନ୍ନମୋଡ
ଜୀବନ ପଥ ଚାଲୁଚାଲୁ ଆଗେ ଖାଇ
ପଛେ ପୁଣି ଖାଲ ॥୧॥
ପ୍ରତିପାଦେ ଜୀବନକୁ
ସାମ୍ନା କରୁକରୁ
କୋମଳପଣ ହଜାଇ
ଦିଏ କେବେଠାରୁ
କଠିନ ହାତେ ଲଢୁଲଢୁ ଦେବାକୁଯେ
ପଡେ କେତେ ମୂଲ ॥୨॥