Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Action Others

3  

Pranati Mahapatra

Action Others

ଚେତାବନୀ ଏକ ଆତ୍ମାର

ଚେତାବନୀ ଏକ ଆତ୍ମାର

1 min
125


ମୁଁ ନରଦେହ ଧାରଣ କଲା ବେଳେ

ସବୁ ଅତ୍ୟାଚାର ସହିଥିଲି ତୁମର,

କାରଣ ପ୍ରତିବାଦ କରି ମଧ୍ୟ

ପ୍ରତିରୋଧ କରିବାର ଶକ୍ତି ନଥିଲା ମୋର,

ଯେତିକି ଅତ୍ୟାଚାରୀ ତୁମର ଥିଲା।

ପୃଥିବୀ ସେ ପାପଭାର ସହି

 ପାରି ନ ଥିଲା,

ପ୍ରକୃତି ବ୍ୟସ୍ତ ବିବ୍ରତ ମଧ୍ୟ,

ଜଡ଼ ଜଗତରେ ସମସ୍ତେ ଯେମିତି

ସତେ ଅବା ଜଡ଼ ପାଲଟି ଯାଇଥିଲେ

ତୁମର ସେ ତାଣ୍ଡବଲୀଳାରେ

ମର୍ମାହତ ପ୍ରକୃତି ଆଜି

କଡାଗଣ୍ଡା କରି ,

ସୁଧମୂଳ ସହ ଫେରାଇ ଦେଉଛି,

ଫାଇଲିନ୍,ହୁଡହୁଡ଼, ତିତିଲି,ଫୋନି ଭଳି ଉପହାର ଦେଇ,

ଦେଖ ହେ ଧରା ମାନବ,

କେତେ ତୁମେ କରିବ ଲୋଭ

ଏ ନାରୀ ମାଂସ ଉପରେ,

କେତେ ଅବଳା,ଦୁର୍ବଳା ଉପରେ

କରିବ ପୁରୁଷାକାରର ଜୁଲମ୍ ।

ଯେମିତି ଦେବ

ସେମିତି ପାଇବ।

ଏକା ନେବନି,ମିଳିମିଶି ନିଅ ।

କ୍ଷଣିକ ଦୁଷ୍କର୍ମ ର ଫଳ 

କେମିତି ବିଭୀଷିକା ମୟ ହୁଏ

ଆଖିଫାଡି ଦେଖ ।


Rate this content
Log in

Similar oriya poem from Action