ଲେଖିଛି ଗୋ ପ୍ରିୟା ଲେଖିଛି
ଲେଖିଛି ଗୋ ପ୍ରିୟା ଲେଖିଛି
ଲେଖିଛି ଗୋ ପ୍ରିୟା ଲେଖିଛି
ହୃଦୟରୁ ମୋର ଶବଦ ସାଉଁଟି
କବିତା ଟିଏ ମୁଁ ଲେଖିଛି ।
ସେଇ କବିତାରେ ତୁମେ ମୋ ନାୟିକା
ନାୟକ ମୁଁ ତୁମ ସାଜିଛି
ତୁମରି ପ୍ରେମରେ ପାଗଳ ସାଜି ମୁଁ
ତୁମ କଥା ଖାଲି ଭାବୁଛି ।
ଲେଖିଛି ଗୋ ପ୍ରିୟା ଲେଖିଛି ।
ଏଇ ହୃଦୟର ସବୁ ଭାବନାକୁ
କଲମରେ ଆଙ୍କି ଦେଇଛି
ଭଲ ପାଏ ବୋଲି ତୁମକୁ ମୁଁ ଖାଲି
ଡରିନି ଗୋ କହିଦେଇଛି ।
ଲେଖିଛି ଗୋ ପ୍ରିୟା ଲେଖିଛି ।
ଭାବନା ରାଇଜେ ରାଜମହାଲଟେ
ତୁମ ପାଇଁ ଗଢ଼ିଦେଇଛିଆକାଶ ଚାନ୍ଦିନୀ ଆଉ ତାରାଫୁଲ
ସବୁ କିଛି ଆଣି ଥୋଇଛି ।
ଲେଖିଛି ଗୋ ପ୍ରିୟା ଲେଖିଛି ।
ସାତରଙ୍ଗର ସେଇ ଇନ୍ଦ୍ରଧନୁରେ
ରଙ୍ଗେଲି ଶାଢ଼ୀଟେ ବୁଣିଛିପାରିଜାତକୁ ଗୋ ଗଭାର ଗଜରା
ସାଥେ ମଲ୍ଲୀମାଲ ଗୁନ୍ଥିଛି ।
ଲେଖିଛି ଗୋ ପ୍ରିୟା ଲେଖିଛି ।
ଶତ ଦୀପ ଜାଳି ରଚିଛି ଦୀପାଲି
ତୁମ ଅପେକ୍ଷାରେ ବସିଛି
ଗୋଲାପ ଫୁଲରେ ଘରଟା ସଜାଇ
ରଜନୀଗନ୍ଧା ମୁଁ ଖଞ୍ଜିଛି ।
ଲେଖିଛି ଗୋ ପ୍ରିୟା ଲେଖିଛି ।