Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SIPRA NAMTA

Others

2  

SIPRA NAMTA

Others

ରାକ୍ଷୀ ପାଇଁ ପଦେ କଥା

ରାକ୍ଷୀ ପାଇଁ ପଦେ କଥା

2 mins
6.6K



ସମ୍ପର୍କର ରଙ୍ଗ ଯୋଡ଼େ ରାକ୍ଷୀ

ଅମୂଲ୍ୟ ସ୍ନେହ ବନ୍ଧନର ସେତୁ

ଭାତୃତ୍ୱର ମହନୀୟ ଦିଗ

ଭଗ୍ନୀ ନିର୍ବଳା ଓ ଅସହାୟ ହେତୁ ।।


ହିନ୍ଦୁ ଧର୍ମ ସଂସ୍କାରର ଦୀକ୍ଷା

ସନାତନ ଧର୍ମ ଭାଷା

ଜଗନ୍ନାଥ ସଂସ୍କୃତିର ଶିକ୍ଷା

ବଳଭଦ୍ର ଜନ୍ମପର୍ଵ ଅଟେ ଗହ୍ମା ।।


ଅତି ଅଲିଅଳୀ ସୁଭଦ୍ରା ଭଉଣୀ

ରାକ୍ଷୀ ବାନ୍ଧି ଜାଗା ବଳିଆକୁ

ଆଶୀଷ ବାଣ୍ଟି ଯେ ନେଇଯାଇଥାନ୍ତି

ବିପଦରୁ ମୁକ୍ତ ରହିବାକୁ ।।


ଭାଇଟିଏ ଖୋଜେ ଭଉଣୀଟିଏ ତ

ହାତେ ରାକ୍ଷୀଟିଏ ବାନ୍ଧିବାକୁ ,

ଭଉଣୀ ସେମିତି ଖୋଜିବୁଲିଥାଏ

ଭାଇ ହାତ ଆଶୀଷକୁ ।।


ନାରୀର ଜନମ କାହାଣୀ ଏମିତି

ସୁରକ୍ଷା ପାଇବା ପାଇଁ

ବାଲ୍ୟ ଖେଳ ପିତା ,ଭ୍ରାତାଙ୍କର ମେଳେ

ସ୍ୱାମୀ ସାଇଁ, ପୁତ୍ର ଛାଇ ।।


ଭାଇଟି ତ ଶ୍ରେଷ୍ଠ ସଂସାରେ ଅଟଇ

ବିପଦ ଆପଦେ ସାହା

ବର୍ଷକରେ ଥରେ ଚାହିଁ ବସିଥାଏ

ଭଉଣୀ ଦେଖଇ ରାହା ।।


ହାତେ ବାନ୍ଧିଦେଇ ରାକ୍ଷୀଟିଏ ଦେଇ

ବନ୍ଦାଇ ଭାଇକୁ ସିଏ

ଜ୍ୟେଷ୍ଠ ହୋଇଥିଲେ ଆଶୀଷ ଦିଅଇ

ସାନ ହେଲେ ବର ନିଏ ।।


ପବିତ୍ର ବନ୍ଧନ ବାନ୍ଧି ଦେଇ ଦୁହେଁ

ଜଗତେ କରନ୍ତି ପ୍ରଚାର

ସ୍ନେହ ,ପ୍ରେମ ,ବାଣ୍ଟି ଚାଲିବା ପାଇଁ

କରନ୍ତି ପ୍ରଚାର ,ପ୍ରସାର ।।


ଆଜି ଏ ସମାଜ ଏମିତି ଭ୍ରମିତ

ବିଶୃଙ୍ଖଳା ଚତୁର୍ଦିଗରେ ପୁରିତ

ଲୋକଲଜ୍ଜ୍ୟା ଆଉ ବାଧୁନାହିଁ

ସମ୍ପର୍କର ମାନ ହେଉଛି ଖଣ୍ଡିତ ।।


ସମଗ୍ର ବିଶ୍ୱ ରହିଛି ଅନାଇ

ଭୂମା ମଧ୍ୟେ ଶ୍ରେଷ୍ଠ ଭାରତ ଭୂଇଁ

ଏ ଦେଶର ଧର୍ମ ସନାତନ ରୂପୀ

ସରବେ ପଡନ୍ତି ତା'ଆଗେ ନଇଁ ।।


ସେ ଦେଶରେ ଆଜି ଗଣ ବଳାତ୍କାର

ସ୍ତମ୍ଭୀଭୂତ ଏ ବ୍ରହ୍ମାଣ୍ଡ

କେଉଁଠି ରହିଲା ଭ୍ରାତୃତ୍ବର ସ୍ନେହ

ଆତ୍ମା ହୁଏ ଖଣ୍ଡ ଖଣ୍ଡ ।।


ସହୋଦର ପାଇଁ ନୁହେଁ ତ କେବଳ

ସୂତା ଖିଅଟିଏ ତାହା

ସମଗ୍ର ଦୁନିଆ ଯେତେ ଯିଏ ଭାଇ

ଭଉଣୀ ସ୍ନେହରେ ବନ୍ଧା ।।


ଆସ ହେ ମହାନ ଜ୍ଞାନୀ ଗୁଣୀ ଜନ

କହିବା ଗୋଟିଏ କଥା

ଭଉଣୀର ମାନ ରଖିବା ଜଗତେ

ଉଚ୍ଚ ରଖି ଆମ ମଥା ।।


ଆବାଳ ବୃଦ୍ଧଙ୍କ ମଧ୍ୟେ ଯୋଡୁଥାଉ

ରାକ୍ଷୀର ଏହି ବାରତା

ପୁଣ୍ୟ ଅର୍ଜନର ବିଶେଷ ତିଥିରେ

ଭୁଲି ନିଜ ପର କରତା ।।


------- ---------- ----


ସିପ୍ରା ନାମତା, ନମ୍ରତା

ବାରିପଦା

8249850168

Dt.26 -8 -18


Rate this content
Log in