ମନକଥା
ମନକଥା
1 min
6.9K
ମନ ଖୋଜୁଥାଏ ମନ ଟେ ସବୁଠି
କହିବାକୁ ମନ କଥା
ମନ ଲାଖି ମନ ମିଳି ଗଲେ ସାଥୀ
କମି ଯାଏ ମନ ବ୍ୟଥା (1)
ନଦୀ ଖୋଜିବୁଲେ ସାଗର ହୃଦୟ
ମିଶି ଥରେ ହଜିବାକୁ
ମୟୁର ଖୋଜଇ ମେଘର ମହ୍ଲାର
ନାଚି ନାଚି ଭିଜି ବାକୁ (2)
ଫୁଲ ଖୋଜୁ ଥାଏ ଭ୍ରମର ଚୁମ୍ବନ
ପ୍ରୀତି ଚାହେଁ ସାଥିଟିଏ
କୁମୁଦିନୀ ଚାହେଁ ସୁରୁଜ ପରଶ
ଗୀତ ଚାହେଁ ତାଳ ଟିଏ (3)