ଜଗତର ନାଥ
ଜଗତର ନାଥ
ଜଗନ୍ମାଥ ପାଇଁ ଜଗତ ସୁନ୍ଦର ।
ତାଙ୍କ ପରି କିଏ ହବ ।।
ଭକ୍ତ ମନ ଜାଣି ତାର ମନୋବାଞ୍ଛା ।
ଭାବିବା ଆଗରୁ ସେ ଦେଇଦବ ।।
କିଏ କହେ ତାଙ୍କୁ ମନୁଆଁ ହଟିଆ ।
କେ କହେ ଜଗତ ଠାକୁର ।।
ଅନ୍ତର୍ଯ୍ୟାମି ସିଏ ସବୁ ତ ଜାଣନ୍ତି ।
ସର୍ବବ୍ୟାପି ସ୍ୱର୍ଗ ମର୍ତ୍ୟ ଯେ ପାତାଳ ।।
ପ୍ରହଲ୍ଲାଦ ପାଇଁ ଖମ୍ବୁ ବାହାରିଲ ।
ହିରଣ୍ୟକଶ୍ୟପ ବିଦାରି ପହଲ୍ଲାଦେ କଲ ରକ୍ଷା ।।
ବନ୍ଧୁ ମହାନ୍ତିଙ୍କୁ ଭୋଗ ଥାଳି ଦେଲ ।
ବନ୍ଧୁ ର ମର୍ଯ୍ୟଦା କଲ ଯେ ରକ୍ଷା ।।
ଲକ୍ଷେ ଜୋଜନରେ ଗଜ ଡାକ ଦେଲା ।
ଚକ୍ର ପେସି ଗଜ ଉଧାରିଲ ଜାଣି ।।
ଭକତ ବିଦୁର ଶାଗ ଭଜା ଦେଲା ।
ମହିଆନନ୍ଦେ ଭକ୍ଷିଲ ହେ ଚକ୍ରଧାରି ।।
ଶବରି ଅଇଁଠା ଖାଇଲ ଯେ ତୁମେ ।
ଆଦରେ ଯେବେ ଯାଚିଲା ତୁମକୁ ଫଳ ।।
ଶବର ବିଶ୍ୱାବସୁ ପୂଜୁଥିଲା ତୁମେ ।
ଘଞ୍ଚ ଜଙ୍ଗଲ ମଧ୍ୟରେ ନୀଳମାଧବ ରୂପର ।।
ଯାଉଥିଲ ଭକ୍ତ ପଛେ ପଛେ।
ଭକ୍ତ ମୁକ୍ତି ପାଇଁ ସାକ୍ଷୀ ଦବା ପାଇଁ ।।
ବାଲିରେ ଚାଲୁ ଚାଲୁ ପଦ ପାଉଁଜି ନ ଶୁଭିଲା ।
ଭକ୍ତ ପଛକୁ ଦେଲା ଯେ ଚାହିଁ ।।
ସାଖି ଗୋପିନାଥ ରୂପେ ରହିଗଲ ।
ସାଖିଗୋପାଳ ନାମ ଅଟଇ ।।
ଭକ୍ତ ସାଲବେଗ ଭକ୍ତିରେ ଡାକିଲା ।
ନନ୍ଦିଘୋଷ ଅଟକିଲା ତାଙ୍କ ଦରଶନ ପାଇଁ ।।
ବଳରାମ ଦାସ ବାଲି ରଥରେ ପୂଜିଲା ।
ବାଲି ରଥେ ବିରାଜିଲ ନନ୍ଦିଘୋଷ ଅଟକେଇ ।।
ଭକ୍ତ ମାନ ଅଭିମାନ ଅଳି ଯେ ଅର୍ଦଳି ।
ସବୁ ପାର ତୁମେ ବୁଝି ।।
ସମୟ ଦେଖିକି ସବୁ ପୂର୍ଣ୍ଣ କର ।
ଭକ୍ତ ପାରେ ନାହିଁ ବୁଝି ସୁଝି ।।
ଯାହା ମୁଁ ଦେଖୁଛି ସବୁ ତ ତୁମର ।
କି ଅବା ତୁମକୁ ଦେବି ।।
ଭକତି ର ଭାବ ଦିଅ ଜଗନ୍ମାଥେ ।
ସଦା ତୁମ ନାମ ଗୁଣ ଗାଉଥିବି ।।
@ ସୁଶିଲ୍ ପାଣି , ପୁରୀ ।