ସ୍ବପ୍ନ ଅକିଣା ସ୍ବପ୍ନ ଅବିକା
ସ୍ବପ୍ନ ଅକିଣା ସ୍ବପ୍ନ ଅବିକା
ସ୍ବପ୍ନ ଅକିଣା ସ୍ବପ୍ନ ଅବିକା
ସ୍ବପ୍ନ ମନ ଡାଳେ ଫୁଲ
ମନ ବି ଜାଣେନା କେଉଁ ବସନ୍ତରେ
ଫୁଟିଗଲା ଏତେ କଢ ||
ସ୍ବପ୍ନ ଅବାଧ ସ୍ବପ୍ନ ନିର୍ବନ୍ଧ
ସ୍ବପ୍ନକୁ କରିବା କିଏ ଅଟକ
ତା ସବାରୀ ଉଡେ ସାତ ଆକାଶରେ
ମନ ରାଇଜର ଯେତେ ମୂଲକ
ସ୍ବପ୍ନ ମୋ ଚାଲେ ରଥ ଟିଏ ହୋଇ
ଅଂକା ବଂକା ମନ ପଥେ
ସହସା ରାସ୍ତାରେ କିଛି ଦେଖି ସିଏ
ରୋକି ଯାଏ ସ୍ତବ୍ଧ ଚିତ୍ତେ ||
ସ୍ବପ୍ନ ପୁରୁଣା ସ୍ବପ୍ନ ଅଜଣା
ସ୍ବପ୍ନର ନାହିଁ ଅନ୍ତ
ମନ ଖୋଜେ ସ୍ବପ୍ନ ଦୂର ବିଦେଶରେ
ସ୍ବପ୍ନ ମାତ୍ର ପାଂଚ ହାତ
ସ୍ବପ୍ନର ଡ଼େଣା ଦିଗନ୍ତ ପ୍ରସାରୀ
ସ୍ବପ୍ନପୁରୀର ଆଗେ
ସ୍ବପ୍ନ ବି କେବେ ନିଜର ଗାଁ ରେ
ନିଜ ଠିକଣାକୁ ମାଗେ ||