Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

5.0  

BISWESWAR MAJHI

ଶାଶ୍ୱତ ପ୍ରେମ

ଶାଶ୍ୱତ ପ୍ରେମ

1 min
7.1K


ରାଧା:

ବଇଶୀ ତୁମର ଡାକୁଛି କହ୍ନାଇ ଖାଲି ରାଧା,ରାଧା, ରାଧା-

କେମିତି ଆସିବି କୁହ ନନ୍ଦବଳା ତେଜି ଦୁନିଆର ବାଧା ?

କୃଷ୍ଣ:-

ତୁମ ସତୀତ୍ୱର ଦାୟିତ୍ବ ମୋହର କର ପୂର୍ଣ ସମର୍ପଣ

ଜଟିଳା କୁଟିଳା ଚନ୍ଦ୍ରଶେଣା ସବୁ ନିମିତ୍ତ ମାତର ଜାଣ ।

ରାଧା:-

ଶାଶୁ ନଣନ୍ଦରେ ଘର ମୁଁ କରିଛି ସହଜେ ଗୋପରେ ରଟ

ରାଧାରାଣୀ ନୁହେଁ ଦୋଚାରୁଣୀ ନିନ୍ଦା କିପରି ସହିବି ନଟ !

କୃଷ୍ଣ:-

ମଣିଷ ଦେଖୁଛି ଦେହର ମିଳନ ଆମର ତ ଦେହାତୀତ

ଶ୍ରେଷ୍ଠ ଆରାଧିନୀ ଜଗତର ତୁମେ କାହିଁ ହୁଅ ଭୟଭୀତ !


ବିଶ୍ଵେଶ୍ୱର ମାଝୀ

9437697161

majhibisweswar@gmail.com


Rate this content
Log in