ନିଆଁ
ନିଆଁ
ଯେ ନିଆଁ ଦିନେ ‐ ନଥିଲା ଜାଳି ପାଗଳପରି
ଆମକୁ ଥିଲା ଦୂର
ସେ ନିଆଁ ଆଜି ‐ ଦେଉଛି ଜାଳି ବୋଳୁଛି କାଳି
ଲାଗୁଛି ନିଜର ॥
ପଳାଶରେ ଏକା ଏକା ଜଳିଜଳି ଖେଳୁଥିଲା
କେମିତି କେଜାଣି ଆସି ଆଖିତଳେ ରହିଗଲା
ନୂଆନୂଆ ଗୋଟେ ତାତି ଆମକୁ ନଥିଲା ଜଣା
ଦେହ ଆମ ଛୁଉଁଛୁଉଁ କରିଦେଲା ବାଟବଣା
ଯେ ନିଆଁ ଦିନେ ‐ ସହରଠୁ ଦୂର ପାହାଡ ସେପାଖେ
ଥିଲା ପିଲାଖେଳ
ସେ ନିଆଁ ଆଜି ‐ ଯଉବନ ଭରା ଜଉଘରେ ଆମ
ଜାଳୁଛି ମଶାଲ ॥
ସେ ନିଆଁ ଲାଗିଛି ଆମ ମନର ସହର ତଳି
ଲାଜମିଶା ଡର ଯେତେ ସବୁ ସେ ଦେଉଛି ଜାଳି
ଖୋଲାରାତି ଖୋଲାମନ ଖୋଲାପ୍ରେମ ଝୁମାଝୁମା
ଆଖିରେ ମଦିରା ନିଶା ତାତିଲା ତାତିଲା ଚୁମା
ଆଜି ସେ ନିଆଁ ‐ ରଙ୍ଗ ବୋଳି ଖେଳୁଛି ହୋରି
କାମନା ଜହର
ଆଜି ସେ ନିଆଁ ‐ ପାଗଳପରି ଅନ୍ଧ ସେ ଯେ
ଲାଗେ ଆପଣାର ॥