Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhiram Sahoo

Romance

2  

Abhiram Sahoo

Romance

ନିଆଁ

ନିଆଁ

1 min
7.0K


ଯେ ନିଆଁ ଦିନେ ‐ ନଥିଲା ଜାଳି ପାଗଳପରି

                ଆମକୁ ଥିଲା ଦୂର

 ସେ ନିଆଁ ଆଜି ‐ ଦେଉଛି ଜାଳି ବୋଳୁଛି କାଳି

                ଲାଗୁଛି ନିଜର ॥


   ପଳାଶରେ ଏକା ଏକା ଜଳିଜଳି ଖେଳୁଥିଲା

   କେମିତି କେଜାଣି ଆସି ଆଖିତଳେ ରହିଗଲା

   ନୂଆନୂଆ ଗୋଟେ ତାତି ଆମକୁ ନଥିଲା ଜଣା

   ଦେହ ଆମ ଛୁଉଁଛୁଉଁ କରିଦେଲା ବାଟବଣା

ଯେ ନିଆଁ ଦିନେ ‐ ସହରଠୁ ଦୂର ପାହାଡ ସେପାଖେ

               ଥିଲା ପିଲାଖେଳ

ସେ ନିଆଁ ଆଜି ‐ ଯଉବନ ଭରା ଜଉଘରେ ଆମ

                ଜାଳୁଛି ମଶାଲ ॥


    ସେ ନିଆଁ ଲାଗିଛି ଆମ ମନର ସହର ତଳି

   ଲାଜମିଶା ଡର ଯେତେ ସବୁ ସେ ଦେଉଛି ଜାଳି

   ଖୋଲାରାତି ଖୋଲାମନ ଖୋଲାପ୍ରେମ ଝୁମାଝୁମା

   ଆଖିରେ ମଦିରା ନିଶା ତାତିଲା ତାତିଲା ଚୁମା

 ଆଜି ସେ ନିଆଁ ‐ ରଙ୍ଗ ବୋଳି ଖେଳୁଛି ହୋରି

               କାମନା ଜହର

 ଆଜି ସେ ନିଆଁ ‐ ପାଗଳପରି ଅନ୍ଧ ସେ ଯେ

               ଲାଗେ ଆପଣାର ॥


Rate this content
Log in

Similar oriya poem from Romance