ଫେରିଆସେ ତୁ ମଣିଷ
ଫେରିଆସେ ତୁ ମଣିଷ
ମାଁର ପଣତ କାନି,
କାଲି ଥିଲା,
ସ୍ନେହ,ପ୍ରୀତି,ମମତାର ମନ୍ଦିର,
ଅନ୍ଧପୁଟୁଳି ବାନ୍ଧି,
ପୁତ୍ର ମୋହରେ ଗାନ୍ଧାରୀ ବି ଅନ୍ଧ,
ଧର୍ମକୁ ଠାରି ଆଖି ଧର୍ମ ଯୁଦ୍ଧରେ କୁରୁବଂଶ
ଯେ ଆଜି ଧ୍ବଂସାଭିମୁଖି,
ବିଧି ନିଶ୍ଚିତ-------!
ଆଜି, ମାଁ ବି ଭୁଲି ଗଲାଣି,
ସମ୍ପର୍କର ମୂଲ୍ୟବୋଧ,
ସମ୍ପତ୍ତିର ମୋହରେ
ଦେଖୁଛି ଖାଲି
ରୋଜଗାରି ପୁଅର କେତେ ବେତନ,
ଆଉ ପୋଛି ଦେଉନି ତା ପଣତ କାନିରେ ଘର ଫେରନ୍ତା ପୁଅର ମୂହଁ,
ହାଏ ରେ ବିଧାତା
ଏ କି ? କଳିକାଳ,
ଭାତୃପ୍ରେମର ଆର୍ଦଶ
ଦେଖାଇଲୁ
ତ୍ରେତୟାରେ,
ମହାଭାରତ,ଗୀତା,ଭାଗବତର ଆର୍ଦଶ ଦେଲୁ
ଦ୍ବାପରରେ,
କାଳ,
ଏ ମଣିଷକୁ ଅମଣିଷ କଲୁ କାହିଁକି?
କଳି କାଳେ ।
କଳି ତ ଏ କି ଖେଳ-------!!
ମେଘ,
ବେଧେ ତୋ ସମୟ ସରି ଆସିଲାଣି,
ଆକାଶେ ସୁରୂଯ ବୁଡି,ସଞ୍ଜ ନଇ ଆସିଲାଣି,
ଜହ୍ନ ,ତୋ ଓଢଣି ତଳେ ଅଧା ଲୁଚି ହସୁଛି,
କିଏ? ସେ
ତୋ ଗବାକ୍ଷରେ ଛିଡା ହୋଇ ଠକ୍ ଠକ୍ କରୁଛି,
ସେ ତୋ ଜୀବନର ଅବଚେତନ ସତ୍ୟ -----------!!!
ତନ୍ଦ୍ରା,
ପୁଣି ଫେରି ଆସିବାକୁ
ତାର ନିର୍ଭର ପ୍ରତିଶୃତି,
ପ୍ରତୀକ୍ଷାର ଯନ୍ତ୍ରଣା ଏଠି ଅନେକ,
ଆକାଶର ପ୍ରାର୍ଥନା
ସ୍ବାଗତ କରୁଛି,
ମୋ ଭିତରେ ଲୁକାୟିତ୍ତ ଜୀବନସତ୍ତା ,
ହାତ ଠାରି ଡାକି
କହୁଛି'
ଫେରି ଆସେ ତୁ ମଣିଷ----!!!!
©®କାଶ୍ୟପ
ରାୟଗଡା ।