Audio

Forum

Read

Contests

Language


Write

Sign in
Wohoo!,
Dear user,
ତୁମେ ନୀଳ କଇଁ, ମୁଁ ଗୋ ଭ୍ରମର
ତୁମେ ନୀଳ କଇଁ, ମୁଁ ଗୋ ଭ୍ରମର
★★★★★

© Abhakanta

Romance

1 Minutes   13.8K    4


Content Ranking

ତୁମେ ନୀଳ କଇଁ, ମୁଁ ଗୋ ଭ୍ରମର

 

ଆଭାକାନ୍ତ ମହାନ୍ତି

 

       ତୁମେ ନୀଳ କଇଁ, ମୁଁ ଗୋ ଭ୍ରମର

       ତୁମେ ନୀଳ ଉର୍ମି, ମୁଁ ଗୋ ସାଗର,

ତୁମେ ପ୍ରକୃତିରେ          ଯେତେକ ନୀଳିମା

       ମୁଁ ଗୋ ପ୍ରକୃତିର ସୁନ୍ଦର । ୦ ।

 

ତୁମେ ଭିନ୍ନିଭିନ୍ନି           ସୁମନ ସୁରଭି

       ମୁଁ ଗୋ ମତୁଆଲା ମଧୁ ମଳୟ,

ତୁମେ ପିକବଧୂ           ମଧୁ କୁହୁତାନ

       ମୁଁ ଗୋ ଉନ୍ମନା ନବ କିଶଳୟ,

       ତୁମେ ଫଗୁ, ମୁଁ ଗୋ ଫାଲ୍ଗୁନ

       ତୁମେ ଝରଣା, ମୁଁ ଶ୍ରାବଣ,

ତୁମେ ରାଶି ରାଶି         ସୁନେଲି କଳ୍ପନା

       ମୁଁ ଗୋ ଅବିକଳ ତୁମର । ୧ ।

 

ତୁମେ କୋଣାରକ        ଅଳସୀ କନ୍ୟା ଗୋ

       ମୁଁ ତୁମ ଚର୍ଚ୍ଚିତ ଚିର ଅର୍ଚ୍ଚନା,

ମୋ ହୃଦ ବେହେଲା             ରାଗିଣୀ ତୁମେ ଗୋ

       ମୁଁ ସୁର ଗୋ ତୁମେ ତା'ର ମୁର୍ଚ୍ଛନା,

       ତୁମେ କରକା, ମୁଁ ଗିରୀଶ

       ତୁମେ ପ୍ରକୃତି, ମୁଁ ପୁରୁଷ,

ତୁମେ ଆଭା ମୁଁ ଗୋ            ଅରୁଣ ତୁମରି

       ସାଜୁ ପ୍ରୀତି ଆମ ଅମର । ୨ ।

 

ନୂଆସାହି, ବିଡ଼ାନାସୀ

କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****

ତୁମେ ନୀଳ କଇଁ ମୁଁ ଗୋ ଭ୍ରମର

Rate the content


Originality
Flow
Language
Cover design

Comments

Post


Some text some message..