Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଵଳରାମ ତରାଈ

Inspirational

3  

ଵଳରାମ ତରାଈ

Inspirational

ପ୍ରାର୍ଥନା

ପ୍ରାର୍ଥନା

2 mins
251


ଗୋଟେ ବାଳକ ଚାଲାକ ଚତୁର ଓ ପାଠଶାଠରେ ଚଳଚଞ୍ଚଳ ଥିଲା । ଦିନେ ସେ ମନ୍ଦିରକୁ ଗଲା ଓ ସେଠାରେ ଦେଖିଲା ବହୁତ ଭକ୍ତଙ୍କ ସମାଗମ ସହିତ ଶଂଖ,ଘଣ୍ଟ ଓ ମନ୍ତ୍ର ଉଚାରଣରେ ମନ୍ଦିର ପ୍ରାଙ୍ଗଣ କମ୍ପୁଛି । ଭକ୍ତମାନେ ଭଗବାନଙ୍କୁ ଦର୍ଶନ କରିବା ସହିତ ମନ୍ତ୍ର ଜପ କରୁଛନ୍ତି, କିଛି ଭକ୍ତ ସ୍ତୁତି ଗାନ କରୁଛନ୍ତି ଓ ଆଉକିଛି ସଂସ୍କୃତର କଠିନ ଶ୍ଳୋକ ପାଠ କରୁଛନ୍ତି । ବାଳକଟି କିଛି ସମୟ ଏସବୁ ଦେଖିବା ପରେ ମନେମନେ ଦୁଃଖ ଅନୁଭବ କଲା । କାହିଁକି ନା ତାର ଭଜନ, ଶ୍ଳୋକ କି ସ୍ତୁତି ବିଷୟରେ ସାମାନ୍ୟ ଜ୍ଞ୍ୟାନ ନଥିଲା । କିଛି ସମୟ ପାଇଁ ସେ ଚିନ୍ତିତ ନଜର ହେଲା କିନ୍ତୁ ପରମୁହୁର୍ତ୍ତରେ ଖୁସିର ଚମକ ଖେଳିଗଲା ତାର ମୁଖମଣ୍ଡଳରେ । ସେ ଦୁଇ ହାତକୁ ଯୋଡିଲା ଓ ଆଖି ବନ୍ଦ କରି ବର୍ଣ୍ଣମାଳାକୁ (ଅ ପାଖରୁ ଚନ୍ଦ୍ରବିନ୍ଦୁ ପର୍ଯ୍ୟନ୍ତ) ଦଶଥର ପଢିଲା । ମନ୍ଦିରର ପୂଜାରି ବାଳକର କାର୍ଯ୍ୟକଳାପ ଦେଖି ପଚାରିଲେ ତୁମେ ଏସବୁ କଣ କରୁଛ ? 

ବାଳକଟି ସବୁକଥା କହିଲା ।

ପୂଜାରି କହିଲେ ଭଗବାନଙ୍କୁ ଏପରି ପ୍ରାର୍ଥନା କରାଯାଏ ନାହିଁ । ତୁମେ ତ ବର୍ଣ୍ଣମାଳା ପଢୁଛ । ଭଗବାନ କଣ ତୁମ ପ୍ରାର୍ଥନାରେ ସନ୍ତୁଷ୍ଟ ହେବେ ?


ବାଳକଟି କହିଲା ମୋତେ ଭଜନ, ମନ୍ତ୍ର କି ସ୍ତୁତି ଜଣା ନାହିଁ । ମୁଁ ଏହି ବର୍ଣ୍ଣମାଳା ଶିଖିଛି । ଏହି ବର୍ଣ୍ଣମାଳାକୁ ନେଇ ଭଜନ, ମନ୍ତ୍ର ଓ ସ୍ତୁତି ତିଆରି କରାଯାଇଛି । ମୁଁ ଏ ବର୍ଣ୍ଣମାଳାକୁ ଦଶଥର ଗାଇଲି କାରଣ ଭଗବାନ ବର୍ଣ୍ଣମାଳାକୁ ନେଇ ନିଜ ପାଇଁ ଭଜନ, ମନ୍ତ୍ର କି ସ୍ତୁତି ହେଉ ତିଆରି କରିଦେବେ । ବାଳକର କଥା ଶୁଣି ପୂଜାରି ଚୁପ୍ ହୋଇଗଲେ ଓ ତାଙ୍କ ପାଖରେ ଆଉକିଛି ବୁଝିବା ପାଇଁ ନଥିଲା । ସେ ବାଳକକୁ ଆର୍ଶିବାଦ ଦେବା ସହିତ କିଛି ପ୍ରସାଦ ଖାଇବାକୁ ଦେଲେ ।


ପ୍ରାର୍ଥନା ମନ ଓ ହୃଦୟକୁ ନିର୍ମଳ କରିଥାଏ । ପ୍ରାର୍ଥନାରେ ଶବ୍ଦର ମହତ୍ବ ନୁହେଁ ଭାବନାର ମହତ୍ବ ଥାଏ । ନିର୍ମଳ ହୃଦୟର ପ୍ରାର୍ଥନା ଭଗବାନଙ୍କ ନିକଟରେ ନିଶ୍ଚିତ ପହଞ୍ଚିଥାଏ । ନିର୍ମଳ ହୃଦୟ ସହିତ ନିର୍ମଳ ଭାବନା ମିଶିଗଲେ ପ୍ରାର୍ଥନା ଦ୍ବାରା ଭଗବାନଙ୍କ ଦର୍ଶନ ହୋଇଯାଏ ।



Rate this content
Log in

Similar oriya poem from Inspirational