Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Jagabandhu Sahu

Others

2  

Jagabandhu Sahu

Others

ଜୟ ମା' ଗୋ ମହାଲକ୍ଷ୍ମୀ

ଜୟ ମା' ଗୋ ମହାଲକ୍ଷ୍ମୀ

1 min
4.4K


କିଦେଇ ପୂଜିବି ମାଗୋ ମହାଲକ୍ଷ୍ମୀ

ସବୁ ପରା ତୁମ ଦାନ

ଭକ୍ତିରେ ଡାକୁଛି ହେ ସାଗର ସୁତା

ପୁଷ୍ପାଞ୍ଜଳି ମୋର ଘେନ ।

ବାଉନ ଭଣ୍ତାରୁ ମାଗୋ ମହାଲକ୍ଷ୍ମୀ

ମୁଠେ ଦିଅ ମୋତେ ଅନ୍ନ

ଦାରିଦ୍ରତା ମୋର ଦୂର କରି ଦିଅ

ଘେନ ମୋର ନିବେଦନ ।

ଦୁଃଖ କଷ୍ଟ ମୋର ହରିନିଅ ମାଗୋ

ଦିଅ ମୋତେ ଦିବ୍ୟ ଜ୍ଞାନ

କଲମ ମୁନରେ ରଚିଯିବି ମାଗୋ

ତୁମରି ଯେ ଯଶମାନ ।

ବଞ୍ଚିଥିଲା ଯାକ ତୁମରି ଚରଣେ

ଥାଉ ସଦା ମୋର ଧ୍ୟାନ

ଉଭା ହୁଅ ମାଗୋ ମୋ ଭଙ୍ଗା କୁଟିରେ

ଦିଅ ବାରେ ଦରଶନ ।


ପ୍ରେମ୍ କବି ଜଗବନ୍ଧୁ ସାହୁ

ଛଞ୍ଚାଣିଆ ପଲ୍ଲୀ ( ଗଞ୍ଜାମ )


Rate this content
Log in