Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SARATA KUMAR DAS

Romance

2  

SARATA KUMAR DAS

Romance

ତମେ ଆସିବ ବୋଲି- ୩

ତମେ ଆସିବ ବୋଲି- ୩

1 min
198



ତମେ ଆସିବ ବୋଲି

ଆମ୍ବ ବଉଳରୁ ଝରୁଛି ଭୁରୁଭୁରୁ ବାସ୍ନା

ଝଲମଲ ହେଲାଣି ପୁନେଇଁର ଜହ୍ନ 

ମୋ ହାତର ରିକ୍ତ ପାପୁଲିରେ ,

ଉର୍ଦ୍ଧ୍ବମୁଖୀ ଆଶାର ଦୀପାଳି 

ଶୂନ୍ୟ ରୁ ମହାଶୂନ୍ୟକୁ

ସ୍ପଷ୍ଟ ଦୃଶ୍ୟମାନ 

ବଉଳ ଫୁଲର ଗଜରା

ଗହନ ବନର ଗହଳ ଗଭାରେ ,

କୋଇଲିର କୁହୁ ସୁରେ ପ୍ରୀତି ସ୍ବାଗତିକା 

ଝଙ୍କାଳିଆ ପତ୍ର ଗହଳରେ ,

ଚାନ୍ଦିନୀ ଖେଳୁଛି ଚକାଭଉଁରୀ 

ଲଣ୍ଡା ପାହାଡର ଫୁଙ୍ଗୁଳା ମଥାରେ ,

ମହ ମହ ବାସୁଛି ମୋ ଚୌହଦୀ 

ରଂଗ ବେରଙ୍ଗର ଫୁଲଙ୍କ ମେଳରେ  

ପଲ୍ଲବିତ ପାଦପ ପତର

ମଳୟର କଅଁଳ ଛୁଆଁ ରେ

ଫଗୁଣ ଫେରିଛି ପୁନଶ୍ଚ 

ସାତ ରଂଗକୁ ସାଥୀ କରି 

ମୋ ଭଙ୍ଗୁର ପୌରୁଷର ଶୁଷ୍କ ଅଗଣାକୁ ,

ଜୀବନ୍ଯାସ ପାଇଲେଣି ସ୍ବପମାନେ

ଉଡିବାକୁ ଡେଣାମେଲି ଫର ଫର  

ଭୂମିରୁ ଭୂମାକୁ, ଅନ୍ଧାରରୁ ଆଲୋକକୁ ,

'ମୁଁ ' ଆଉ ମୋ ଭିତରେ ନାହିଁ 

ଧାଉଁଛି ଅବିରତ ଅହର୍ନିଶ

ଟିକିଏ ସୁଗନ୍ଧିତ ବାସ୍ନା ପାଇଁ 

ଉତ୍ତର ମେରୁରୁ ଦକ୍ଷିଣ ମେରୁ

କସ୍ତୁରୀ ମୃଗର   ।।



Rate this content
Log in

Similar oriya poem from Romance