Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Inspirational

5.0  

Pranati Mahapatra

Inspirational

ଦୀପାବଳୀ

ଦୀପାବଳୀ

1 min
6.9K


ଆସିଗଲା ବନ୍ଧୁ ଦୀପାବଳୀ

ଆହା ଦୀପାବଳୀ ।

ଖୁସି ମନେଇବା ଆନନ୍ଦ ଉଲ୍ଲାସେ

ହୋଇମିଳି ସର୍ବେ ଦୀପଜାଳି,

ପୂଜା ପାଇବେ ଯେ ମାଆ ମହାଲକ୍ଷ୍ମୀ

ଦୂରିତନାଶିନୀ ମହାକାଳୀ।

ପଣସ ପତ୍ରରେ ଯବଛତୁ ଭୋଗେ

ଦେବା,ପିତୃପୁରୁଷଙ୍କୁ ଭୋଗବଳୀ,

ଆବାହାନ କରି ବଡ଼ବଡୁଆଙ୍କୁ

ପିପେଇ କାଠି ତ ଦେବା ଜାଳି ।

ମାଟି ଦୀପେତେଲ ପ୍ରତିଟି ଦୁଆରେ

ଆନନ୍ଦରେ ଦେବା ଆଜି ଜାଳି ,

ସାରାଜଗତରୁ ପାପକୁ ବିନାଶି

ପୂଣ୍ୟର ଦୀପାଳୀ ଅର୍ଘ୍ୟ ଢାଳି ।

ଚାଇନା ଲାଇଟ୍ ବାଣକୁ ନକିଣି

ଅଯଥା ବିପଦ ଦେବା ଟାଳି,

ସତ୍ୟ,ଶାନ୍ତି, ଦୟା ପ୍ରେମର ଆଲୋକେ

ଆଲୋକିତ କରିଯିବା ଚଳି ।

ପ୍ରଣତି ମହାପାତ୍ର

ଫକୀରମୋହନ ନଗର

ବାଲେଶ୍ୱର

ଫୋନ୍-୮୯୮୪୯୬୫୦୬୭


Rate this content
Log in

Similar oriya poem from Inspirational