Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Inspirational Others

5.0  

BISWESWAR MAJHI

Inspirational Others

ଭାରତ ପଙ୍କଜେ ଦଳ

ଭାରତ ପଙ୍କଜେ ଦଳ

2 mins
6.9K


ଭାରତ ପଂକଜ ଦଳରେ ବିରାଜ

. ଉତ୍କଳ କେଶର ପରି

ଉତ୍କଳର ସମ ଦେଶ ନାହିଁ ଆନ

. ଚତୁର୍ଦ୍ଧାମେ ଶ୍ରେଷ୍ଠ ପୁରୀ ।୧।

ଗିରି ମେଘାସନ ମୁକୁଟ ସମାନ

. ସାଗର ଯାର ଗାରିମା

ମହାନଦୀ ଜାଣି କଟିର କିଂକିଣି

. ପଣତ ଯା’ ସବୁଜିମା ।୨।

ଅଂଶୁପା ଚିଲିକା ବେନି ନେତ ଆଖ୍ୟା

. ନାସିକା ଯା’ ଖଣ୍ଡା ଧାର

ଅଟ୍ରି ତପ୍ତପାଣି ସ୍ତନ୍ୟ ଧାର ବେନି

. ହୀରାକୁଦ ହୀରା ହାର ।୩।

ଥିଲା ଯାର ଦିନେ ସୀମା ପଡେ ମନେ

. ଗଂଗାଠାରୁ ଗୋଦାବରୀ

କୀରତି କୋଣାର୍କ. ରାଜାରାଣୀ ଟେକ

. ଜଗନ୍ନାଥ ଧାମ ପୁରୀ ।୪।

ସମ୍ ବଲପୁର. ସମ୍ ବଳ ବୀର

. ବାନ୍ଧ କଳା ଯାର ଖ୍ୟାତି

ଗୋଟିପୁଅ ନାଚ ଛଉ ସମରତ

. ସମ୍ବଲପୁରୀ ଓଡିଶୀ ।୫।

ପାଇକ ବିଦ୍ରୋହ ଜୟୀ ରାଜଗୁରୁ

. ଧରମା ବାଜି ରାଉତ

ବାଘା ଯତି ସାଇଁ. ସୁରଇନ୍ଦ୍ର ସାଇ

. ଲକ୍ଷ୍ମଣ ଦେଶ ଭକତ ।୬।

ଗଉରବ ଯାର. ମଧୁ ବାରିଷ୍ଟର

. ଗୋପବନ୍ଧୁ ଯାର ମଣି

ଗୋଦାବରି ଈଶ. ନୀଳକଣ୍ଠ ଦାସ

. ବକୁଳ ବନ ବିନ୍ଧାଣି ।୭।

ପଠାଣି ସାମନ୍ତ ଯାବତ ଚନ୍ଦ୍ରାର୍କ

. ଥିବ ସିଦ୍ଧାନ୍ତ ଦର୍ପଣ

ଜୟ ଜୟଦେବ. ଶ୍ରୀ ଗୀତ ଗୋବିନ୍ଦ

. ଲଳିତ କଳିତ ଗାନ ।୮।

ପଂଚସଖା ସତ. ଅଚ୍ୟୁତ ଅନନ୍ତ

. ବଳରାମ ଯଶୋବନ୍ତ

ଦାସ ଜଗନ୍ନାଥ. ଅତିବଡୀ ଖ୍ୟାତ

. ରଚି ଉଡ୍ର ଭାଗବତ ।୯।

କବିକୁଳ କଂଜ. ଉପଇନ୍ଦ୍ର ଭଂଜ

. ସାରଳା ଯେ ଶୁଦ୍ରମୁନି

ସ୍ଵଭାବେ ବିଭୋର ହୋଇ ଗଂଗାଧର

. ଭଣିଲେ ସେ ତପସ୍ୱିନୀ ।୧୦।

ଅଭିମନ୍ୟୁ ବୈଷ ଦୀନକୃଷ୍ଣ ଦାସ

.  କବି ସୂର୍ଯ୍ୟ ଦେବ ବଳ

ଯଦୁମଣି ଘଣ୍ଟ. ପଲ୍ଲୀ କବି ଆଣ୍ଟ

. ନନ୍ଦ କିଶୋର ବଳ।୧୧।

ବ୍ୟାସ କବି ନ୍ୟାସ. କଥା ଉପନ୍ୟାସ

. ରାଧାନାଥ କବିବର

ବଇଷ୍ଣବ ପାଣି ଗଣ କବି ଗଣି

. କାଳୀ ଚରଣ କବିଚନ୍ଦ୍ର।୧୨।

ପ୍ରହରାଜ ଗୋପ ଶବଦ ଆଟୋପ

  ପୂର୍ଣ୍ଣ ଚନ୍ଦ୍ର ଭାଷା କୋଷ

ରାଜା ପୂର୍ଣଚନ୍ଦ୍ର. ଶିରୀ ରାମ ଚନ୍ଦ୍ର

 . ରିକ୍ତ କଲେ ରାଜକୋଷ ।୧୩।

ଶ୍ରୀରାଧା ବିଖ୍ୟାତ. ରମାକାନ୍ତ ରଥ

.  ଯଶ ମାନ ସରସ୍ୱତୀ

ଅମୃତ ଫଳ କଥା ଯାର ବଳ

. ମନୋଜ ଉଡ୍ର ଭାରତୀ ୧୪।

ଗୋପୀ ମହାନ୍ତି ମାଟିମଟାଳ ରଚି

.  ଜ୍ଞାନପୀଠ ପୁରସ୍କାର

ସଚ୍ଚି କୋଣାରକେ ସାମଗ୍ରିକେ ପରା

. ସୀତାକାନ୍ତ ମହାପାତ୍ର ।୧୫।

ପ୍ରତିଭା ରାୟଙ୍କ ଯାଜ୍ଞସେନୀ ଛୁଂକ

.  ଲଭିଲେ ସେ ଜ୍ଞାନପୀଠ

କୁନ୍ତଳା କୁମାରୀ ନାରୀ କବି ଶୀରି

.  ମାୟାଧର ପ୍ରେମ ପାଠ ।୧୬।

ଐର ଖାରବେଳ. ପ୍ରତାପ କପିଳ

. ଯଯାତି କେଶରୀ ଗୀର

ଇନଣ୍ଡୋନେସିଆର ଭୂମି ପୁତ୍ର ବର

. କଳିଂଗର ବୀଜୁ ବୀର ।୧୭।

ମାତା ରମାଦେବୀ. ସଂସାର ବରଜି

.  ହେଲେ ବାପୁ ଅନୁଗାମୀ

ମାଳତୀ ନଂଦିନୀ. ତୁଳସୀ ସୁମନି

.  ଗରବିତ ଓଡିଆଣୀ ।୧୮।

ଓଡିଶୀ ର ମଣି. ସୋନାଲ କୁଂକୁମ

. ସଂଯୁକ୍ତା ପାଣି ଆଉ କେ !

ଦଉଡର ରାଣୀ ଦୂତୀ ଚାଂଦ ଭଣି

. ଶରଧାଂଜଳି କନ୍ଦୁକେ ।୧୯।

ବାଲୁକା କଳାରେ ବିଶ୍ଵ ଦରବାରେ

. ସୁଦର୍ଶନ ଉଚ୍ଚ ମଥା

ଉତ୍କଳର ନାଥ. ସ୍ଵୟଂ ଜଗନ୍ନାଥ

. ଗାଇବା ଉତ୍କଳ ଗାଥା !୨୦।


Rate this content
Log in

Similar oriya poem from Inspirational