ଆସୁଛନ୍ତି ମାଆ ମରତକୁ
ଆସୁଛନ୍ତି ମାଆ ମରତକୁ
ଅଶିଣରେ ମାଆ ଦଶଭୁଜା ରୂପେ
ଆସୁଛନ୍ତି ଏଇ ମରତକୁ ,
ଋତୁଙ୍କ ମଧ୍ୟରେ ଆହା କେଡ଼େ ଭାଗ୍ୟ
ଦେଇଛନ୍ତି ସତେ ଶରତକୁ ।
ପୁଲକିତ ହୁଏ ସବୁରି ପରାଣ
କରୁଣାମୟୀଙ୍କୁ ପୂଜିବାକୁ ,
ବରଷକ ପରେ ଆସୁଛନ୍ତି ସେତ
ଦୁଃଖ,ସୁଖ ସବୁ ବୁଝିବାକୁ ।
ଦୁର୍ଗତି ନାଶିନୀ ଆଶିଷ ଦାୟିନୀ
ସନ୍ତାନ ବତ୍ସଳା-ଯୋଗମାୟା ,
ନିମିଷକେ ସବୁ ସଙ୍କଟୁ ତାରନ୍ତି
ସେଇ ଶକ୍ତିମୟୀ ହର ଜାୟା ।
ତାଙ୍କ ଆବାହନ କରିବାରେ ଆସ
ସରବେ ଅନ୍ତରେ ଭକ୍ତି ଭରି ,
ମାଗିବା ତାହାଙ୍କୁ ସାହସ,ଶକତି-
ଦମ୍ଭ,ସ୍ୱାଭିମାନ ତାଙ୍କ ସରି ।
ଶକ୍ତିମୟୀ ଯେବେ କରୁଣା କରିବେ
ଦୁଃଖ,ଶୋକ ସବୁ ଯିବ ଚାଲି ,
ସାରା ଜଗତରେ ଶାନ୍ତି ବିରାଜିବ
ସୁଖ,ସଉଭାଗ୍ୟ ଥିବ ଖାଲି ।
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।