ଜୀବନ ଗୀତା-୨୨
ଜୀବନ ଗୀତା-୨୨
1 min
13.1K
ଜୀବନଟା ଚୋରାବାଲି
ପାଦ ଯେବେ ଯାଏ ପଶି
ଚୋରାବାଲିର କବଳୁ
ପାରେନାହିଁ କେବେ ଖସି ॥୦॥
ଦୁଃଖର କଷଟି ଚିହ୍ନାଏ ଦୁନିଆ
ସୁଖର ପୁଲକ ସିନା ଦିଦିନିଆ
ସୁଖ ଅଛି ଦୁଃଖ ଅଛି
ଜୀବନରେ ଲୁହ ଯେତେ
ସେତେ ପୁଣି ଅଛି ଖୁସି ॥୧॥
ଜୀବନେ ପ୍ରେମ ଅଟେ ମହା ସଙ୍ଗୀତ
ପ୍ରେମରେ ମିଳେ ସିନା ମନର ମିତ
ପ୍ରେମ ସତ୍ୟ ପ୍ରେମ ଶିବ
ପ୍ରେମରେ ଜୀବନ ନାଆ
ଯାଉଥାଏ ସୁଖେ ଭାସି ॥୨॥
ବିଶ୍ୱାସ ଭାଙ୍ଗିଲେ ଭାଙ୍ଗଇ ସଂସାର
ସଂଦେହତ ଭାଙ୍ଗିଦିଏ ଗୋଟାଘର
ଉଠେ ଝଡ ଭାଙ୍ଗେ ନୀଡ
ପଥର ପରି ପଡିଲେ
ଚାଲିଯାଏ ଝଡ ଆସି ॥୩॥