Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Others

2  

ଓଡ଼ିଆ ଗଳ୍ପ ଓ କବିତା - ୩

Others

ମୁଁ ଶିକାରୀ କହୁଚି

ମୁଁ ଶିକାରୀ କହୁଚି

1 min
6.9K


ମୁଁ ଜଣେ ଶିକାରୀ

ଶିକ୍ଷା ନେଇଛି ଶିକାର କରିବାର

କଳା-କୌଶଳ,

କଣ୍ଟାରେ ପାଦଦେଇ

ନିଃଶବ୍ଦରେ ଚାଲିବ ଶିଖିଚି...

ପୁଣି,କଣ୍ଟାରେ ଜମାଟ ବାନ୍ଧିଥିବା

ନାଲି ରକ୍ତ ସବୁ,କିପରି ହାର ମାନିଛନ୍ତି

ମୋ ଶିକାର ର ବଜ୍ର ଶପଥରେ

ତାହା ବି ଦେଖୁଚି !

ଧକ ଧକ କରୁଥିବା ସ୍ପନ୍ଦନକୁ

ବାଜି ଲାଗିଛି ମୃତ୍ୟୁର ପାହାଡ଼ରେ

ଆଉ ତୃଷାର୍ତ୍ତ ଗଳାକୁ କିପରି ମଥାରୁ

ଝରି ଯାଉଥିବା ଲବଣାକ୍ତ ଜଳରେ

ଶୋଷ ମେଣ୍ଟାଇ ଶାନ୍ତ କରିବାକୁ ହୁଅ

ତାହା ଶିଖିଚି !

ପୁଣି ଅଣାୟତ୍ତ ନଭୁଷ୍ଚମ୍ବି ଆକାଶକୁ

କିପରି ଆୟତ୍ତ କରି

ଶର ମୁଣିରେ ରଖି ହୁଅ

ତାହା ମଧ୍ୟ ଶିଖିଚି ।

ଥର ଥର କରୁଥିବା ହାତକୁ

ନିଦାଘ ଗ୍ରୀଷ୍ମର ଟାଙ୍ଗରା ବିଲ ପରି

ଟାଣ କରିବା ଶିଖିଚି ।

ଆଉ ସମୋହନର ପିଚ୍ଛାକୁ କାଟିବା ପାଇଁ ଗୋଟିଏ ଆଖି ବନ୍ଦ କରିବା ବି ଶିଖିଚି !

ମୁଁ ଶିକାରୀ କହୁଛି

ମୁଁ ଶିକାରୀ କହୁଛି ।

ପ୍ରଭୁଦତ୍ତ ପ୍ରଧାନ

ଦୁର୍ଗାପ୍ରସାଦ ,ନୟାଗଡ


Rate this content
Log in