ଫୁଲେଇ ପ୍ରିୟା
ଫୁଲେଇ ପ୍ରିୟା
ପ୍ରିୟା ମୋ ଫୁଲେଇ
ଅତି ସୁହାଗିନି,
ଆଖିରେ ଆଖିରେ କହେ ।
ଆଖି ଠାର ତାର
ବୁଝିବାକୁ ମୋତେ
ବହୁ ସମୟ ଲାଗି ଥାଏ ।
ପାଣିରେ ବେଣିକୁ
ବୁଲେଇ ବୁଲେଇ,
ମୁକ୍ତା ମଣି ଦାନ୍ତ ଦେଖାଏ ।
ବାଙ୍କ ଚାହାଁଣି ରେ
ସ୍ମିତ ହସ ଟିଏ ,
ମୋ ଛାତି ଥରାଇ ଦିଏ ।
ଯଉବନ ମୋର
ନଦୀ କୂଳ ଲଂଘେ
ତାହାର ପରଶ ପାଇଁ ।
ପାଣିକୁ ପାଣିରେ
ହିଆ କୁ ହିଆ ରେ
ଛନ୍ଦି ବାର କ୍ରମ ନେଇ ।
ନୟନେ ନୟନ
ଭାଷାରେ ବୁଝାଏ
ମୋ ଛାତିର ଉଷମତା ।
ଚୁର୍ଣ୍ଣ କୁନ୍ତଳେ
ଅଙ୍ଗୁଷ୍ଟେ ଆଧାର
କରେ ସେ ବୁଝିବାର ଉପକ୍ରମତା ।
ହଁ.... ହଁ.... ମଧ୍ୟେ
ନାହିଁ... ନାହିଁ କରେ ,
ସୁହାଗରେ ସୁହାଗିନି ।
ମୋର ହସ ଠାରେ
ଝାଉଁଳି ସେ ପଢ଼େ
ମୋ ଛାତିରେ ଥୋଇ ତା ମଥା ମଣି ।