Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Dipti lekha Mishra

Others

5.0  

Dipti lekha Mishra

Others

ଏକା ଜୀବନ

ଏକା ଜୀବନ

1 min
605


ଦୁହେଁ ଦୁହିଁଙ୍କୁ ଜୀବନ ଦେଇ

ପାଇଥିଲେ ଆମେ ଭଲ

ପ୍ରାଣପ୍ରିୟେ ତୁମେ ଦୁରକୁ

କାହିଁ ଛାଡିଚାଲିଗଲ ॥


ଆକାଶମାରଗେ ଉଡିବୁଲୁଅଛ

ଡାକୁଛ ହାତକୁ ଠାରି

ମୋ ପ୍ରାଣ ବାୟୁ ଅଧାରୁ ଫେରେ

ତୁମକୁ ଯେ ଆଖିମାରି॥


ତୁମ ଆତ୍ମା ସହ କଥା ହେବାପରେ

ମନ ମୋ ଶାନ୍ତ ହୁଅଇ

ଅଧିର ଆଖି ମୋ ପଲକ ପକାଏ

ତୁମ ସ୍ମୃତି ଭାଳିହୋଇ ॥


ଚାହିଁ ରହିଥାଅ ଆକାଶର ପରୀ

ଆସିବି ତୁମ ପାଖକୁ

ଆକାଶରେ ପୁଣି ଭଲ ପାଇବା

ପୁଣି ଦୁହେଁ ଦୁହିଁଙ୍କୁ ॥



Rate this content
Log in