କବିତା
କବିତା
-
ଝୁରୁଛି କାହ୍ନହା, ଝୁରୁଛି ରାଧା , ମଝିରେ କାନ୍ଦୁଛି ଯମୁନା । (କାଶ୍ୟପ)।
କହିବାକୁ କିଛି ନାହିଁ ମୋ ଅଧିକାର , ତମ ପାଇଁ,ନା ଆଙ୍କିବାକୁ କିଛି , ତମ ରକ୍ତିମ ଅଧରରେ ଅଲୌକିକ ମିଲନର ପ୍ରଥମ ସମ୍ଭାଷଣ । (୧)
ବଂଶୀର ସ୍ୱର ମଧୁ ଚନ୍ଦ୍ରିକାବୋଧେ ଆଉ ଲାଗୁନି ତମକୁ ଭଲ, ସାମ୍ୟନ୍ତକ ମଣି ଯେ ପାଉଛି ଶୋଭା ମକୁଟେ ସମୟର ତ ଏ ନିଷ୍ଠୁର ଖେଳ । (୨)
କୃଷ୍ଣ ମୋ ମନ ,କୃଷ୍ଣ ମୋ ଲୀଳା ସେପଟେ ଝୁରିଛି ରାଧା ଏପେଟେ ଝୁରୁଛି ତମକୁ କାହ୍ନହା ମଝିରେ କାନ୍ଦୁଛି ଯମୁନା, ବିରହ ବିରହି ଦୁହେଁ ଦୁହିଁଙ୍କ ପାଇଁ ତମ ସଖି ଲଳିତା ବି ତ ଆଜି ଆଉ ମନେ ପକାଉ ନାହିଁ, ସେ ଦିନ ସେ ବି ତ ଲୋଟୁଥିଲ ତୁମ ସହ,ମାଟି,ଧୂଳିରେ କରି ମୋ ପଶ୍ଚୟତଃ ଗମନ ଯେ ଦିନ ମୁଁ ଛାଡି ଥିଲି ବୃନ୍ଦାବନ । (୩)
କାହିଁ ଗଲା ସେ ରାଧା, କାହିଁ ଗଲା ସେ ଲଳିତା କାହିଁ ଗଲେ ସେ ଗୋପିକା, କାହିଁ ଗଲା ସେ ରାସ ରସ, ପ୍ରେମଭକ୍ତିର ପୂର୍ଣ ସମର୍ପଣଭାବ, ରାସ ପୂର୍ଣ୍ଣିମା ଆସର ବସନ୍ତରାସର ପୀୟୂଷଲହରୀ, ଝୁରୁଛି କାହ୍ନହା,, ଝୁରୁଛି ରାଧା , ମଝିରେ କାନ୍ଦୁଛି ଯୁମୁନା । (୪)
ରାମ ପ୍ରସାଦ ବିଶୋଇ । ରାୟଗଡା । ତା-୦୯-୦୫-୧୬ ସମୟ-ରାତ୍ର-୧୧-୪୫ ମିନିଟ । ଅକ୍ଷିତୃତୀୟା, ଭକ୍ତ କବି ଜୟଦେବ ଜୟନ୍ତୀ ।