ଆତ୍ମ ମର୍ଯ୍ୟାଦା
ଆତ୍ମ ମର୍ଯ୍ୟାଦା
ଉଠ୍ ଦ୍ରୌପଦୀ ଉଠ୍
ନିଜ କାନି ଅଣ୍ଟାରେ ଭିଡି ଧର
କୃଷ୍ଣ ନାହିଁ ଯେ ଲୁହ ପୋଛିବ
ତୋ ଲାଜ ବତୁରା ଆଖିରୁ ....
ଉଠ୍....ତୋ ଶୁନ୍ୟତାର ସୀମାନ୍ତରେ
କୌରବଗଣ ଟାକି ବସିଛନ୍ତି
ଶକୁନିର ଦାନାକୁ
ଯେଉଁଠି ପଶାପାଲି ମାଗେ
ମୁଠା ମୁଠା ପାପ।
ମନେପକା ----
ତୁ ହିଁ ଥିଲୁ ଯୁଦ୍ଧପୁତ ବିଦ୍ୱାନ
ଉଠ୍ କ'ଣ ଚାହିଁଚୁ
ଅର୍ଜୁନ କହିବ?
ସେ ତ ରାତିରେ ଛାତି ଅଣ୍ଡାଳି
ପ୍ରେମ ବାଛନ୍ଦ କରି ଜାଣେ
ଏଠି ସମ୍ପର୍କର ଶରଶଯ୍ୟାରେ
ଶୋଇ ରହିଛନ୍ତି ଭୀଷ୍ମ।
ଉଠ୍ -ତୁ ଜନନୀ ,ତୁ ହିଁ ଦୁର୍ଗା
ତୁ ଭଗିନୀ, ତୁ ହିଁ ଭାବନୀ
ଭାଙ୍ଗି ଯାଇଥିବା ଆଇନରେ-
ମୁଁହ ବି ଦିଶିବ
ଅସ୍ତ୍ର ବି ହେବ- ଆତ୍ମମର୍ଯ୍ୟାଦାର
ଉଠ୍ ଦ୍ରୌପଦୀ ଉଠ୍।
-ସସ୍ମିତା ସାହୁ