Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prakash Kumar Chand

Others Romance

3  

Prakash Kumar Chand

Others Romance

ତୁମେ ଆଉ ମୁଁ

ତୁମେ ଆଉ ମୁଁ

1 min
6.9K


ତୁମରି ଗାଁଆରେ ସକାଳ ଢାଳଇ

କଅଁଳିଆ ସୁନା ଖରା

ମୋଅରି ଗାଁଆରେ ମୁହଁ ଦିଶେ ନାହିଁ

ବାଟ ଯେ କୁହୁଡ଼ି ଘେରା ।

ତୁମେ ରାଜା ଘର କାଚର କଣ୍ଢେଇ

ଚଲା ବାଟେ ଝରେ ଫୁଲ

ମୋ ବାଟରେ ଖାଲି କଣ୍ଟା ଆଉ କଣ୍ଟା

ତା ସାଥେ ନିଆଁର ଝୁଲ ।

ତୁମ ନଈ ତୁଠ ବାରୁଣୀର ଘାଟ

ମୋ ତୁଠ ଶିଉଳି ଭରା

ତୁମରି ଗାଁଆରେ.....

ତୁମକୁ ଦେଖିବା ଆଖି ବହୁ ଦୂର

ସପନେ ଦେଖିବା ମନା

ଚାଲି ଗଲେ ତୁମେ ମଲ୍ଲୀ ମହକଇ

ହସରେ ଫୁଟଇ ହେନା

ତୁମ ପାଇଁ ରାତି ଚାନ୍ଦିନୀ ଯେ ନିତି

ମୋ ପାଇଁ ମେଘ ଅସରା

ତୁମରି ଗାଁଆରେ......

ପ୍ରକାଶ କୁମାର ଚାନ୍ଦ

ଜୟପୁର ଶାସନ ପିପିଲି ପୁରୀ

୯୮୫୩୩୫୩୯୩୮.୭୦୦୮୯୨୫୯୫୪


Rate this content
Log in