Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୨

Romance

2  

ଓଡ଼ିଆ ଗଳ୍ପ ଓ କବିତା - ୨

Romance

ଆଷାଢ ଆସିବ ବରଷା ନେଇ

ଆଷାଢ ଆସିବ ବରଷା ନେଇ

1 min
6.9K



ଉତ୍କଳ କେଶରୀ ବର୍ମା

ରୁଣୁଝୁଣୁ ତାନେ ନୂପୁରନାଇ ,

ମନ୍ଦ୍ର ବାଦ୍ୟରେ ତନୁ ନଗଇ ,

ଚାରୁ ଶୁଷମାର ସଂଭାର ନେଇ ,

ଆଷାଢ ଆସିବ ବରଷା ନେଇ ।

ନିରନ୍ଦ୍ର ତାନରେ ବାରି ବର୍ଷାଇ ,

ଓଦା କରି ତପ୍ତ ଟାଙ୍ଗରା ଭୁଇଁ ,

ଆତୁର ଚାତକ ତୃଷ୍ମା ମେଣ୍ଟାଇ ,

ଆଷାଢ ଆସିବ ବରଷା ନେଇ ।

ବିଜୁଳି ମେଖଳା ପାଦରେ ନାଇ ,

ଭରି ନଈନାଳ ଉଦ୍ଦାମ ହୋଇ ,

ଜ୍ୟେଷ୍ଠକୁ ଶୁଭ ବିଦାୟ ଦେଇ ,

ଆଷାଢ ଆସିବ ବରଷା ନେଇ ।

ଚାରୁଶୋଭା ମୃଦୁ ମହ୍ଲାର ନେଇ ,

ଶୁଶୋଭିତ କରିଯିବ ସେ ଧାଇଁ ,

ଧରିତ୍ରୀ ଉଠିବ ଉନ୍ମତ ହୋଇ ,

ଆଷାଢ ଆସିବ ବରଷା ନେଇ ।

ପ୍ରିୟା ତନୁମନକୁ ଧୋଇଦେଇ ,

ଇନ୍ଦ୍ରଧନୁର ରଙ୍ଗେ ସଜାଇ ,

ଅଙ୍ଗନେ ବିଜୁଳି ମାଳାକୁ ନେଇ ,

ଆଷାଢ ଆସିବ ବରଷା ନେଇ ।


Rate this content
Log in