Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susil Pani

Others

2  

Susil Pani

Others

ଭାବନା

ଭାବନା

1 min
1.4K


ଭାବରେ ଭଜିଲେ ନାମରେ ହଜିଲେ ,

ଅଭାବ ରହେନି ଜମା ।

ଭାବର ଠାକୁର ଅଭାବକୁ ଦୂର ,

ଉଡାଉଛନ୍ତି ପତିତପାବନ ବାନା ।

ଲୀଳା କରୁଅଛ ନୀଳାଞ୍ଚଳେ ରହି ,

ନୀଳଚକ୍ର ପରେ ଉଡେ ବାନା ।

ପତିତ ଉଧାରି ପାମରଙ୍କୁ ତାରି ,

ରନ୍ମବେଦି ଉପରେ ବିଜେ କାଳିଆ ସୁନା ।

ଧୂପ ଦୀପ ନଈବେଦ୍ୟ ଲାଗି ହୁଏ ,

ଜଗତ ଠାକୁର ଜଗନ୍ମାଥଙ୍କର ପାଈଁ ।

ଜଗତ ଚଳଇ ତୁମ ଈଶାରାରେ ,

ତୁମପରି ଠାକୁର ଏ ଜଗତରେ କେହି ନାହିଁ ।

ମାୟାର ସଂସାର ଲୋଭ ମୋହେ ଭରପୁର ,

ମୁକ୍ତି ବା ପାଇବା କାହୁଁ ।

ଦୀନଜନେ ଦୟା କର ମହାପ୍ରଭୂ ,

ଅଭାବ କର୍ଷଣ ଯେ ଦୂର ହେଉ ।

@ସୁସିଲ୍ ପାଣି ,ପୁରୀ ।


Rate this content
Log in