Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Susil Pani

Inspirational Abstract

2  

Susil Pani

Inspirational Abstract

ଅବତାର

ଅବତାର

1 min
7.1K


ଜଗନ୍ନାଥ ଜଗନ୍ନାଥ ଗାଉଥାଉ ମନ ।

ଭଜୁଥାଉ ଜପୁଥାଉ ପ୍ରଭୂ ତୁମ ନାମ ।।

ଜୟ ଜୟ ଜଗନ୍ନାଥ ଜଗତ ଜୀବନ ।

କରୁଣାମୟ ହେ ପ୍ରଭୂ ଭକତଙ୍କ ପ୍ରାଣ ।।

ପରଂବ୍ରହ୍ମ ପରମଜ୍ୟାେତି ସେ ଯେ ଦାରୁବ୍ରହ୍ମ ।

ଅନାଦି ଅନନ୍ତ ହରି ନନ୍ଦର ନନ୍ଦନ ।।

ଅହଲ୍ୟ ତାରଣ ପ୍ରଭୂ ଗଜର ରକ୍ଷଣ ।

ଗିରିଗୋର୍ଦ୍ଧନ ଟେକି ରଖିଲ ଗୋପି ଗୋପାଙ୍ଗନା ମାନ।।

କୃପାମୟ ଦୟାମୟ ତୁମେ ଦାରୁବ୍ରହ୍ମଁ ।

ଚକା ନୟନରେ ଦେଖ ଜଗତ ଲିଳା ମାନ ।।

ଭକତ ପାଇଁଙ୍କି ନାନା ଅବତାର ନେଇ ।

ଦୃଷ୍ଟକୁ ନାସ ଯେ କଲ ବ୍ରହ୍ମଣ୍ଡ ଗୋସାଇଁ ।।

ଭକତ ତୁମର ବନ୍ଧୁ ସଖା ଯେ ସୋଦର ।

ଭକତ ପାଇଁକି ହୁଅ ନାନା କଳେବର ।।

ଭକତର ମାନ ପାଇଁ ଦେଇଅଛ ସାକ୍ଷି ।

ସାକ୍ଷୀଗୋପାଳ ନାମରେ ଲଭିଛ ପ୍ରସିଦ୍ଧି ।।

ଅନ୍ତରର କଥା ବୁଝିପାର ବୋଲି ଅନ୍ତର୍ଯ୍ୟାମୀ ।

ଗତି ମୁକ୍ତି ଦାତା ତୁମେ ହେ ଜଗତ ସ୍ଵାମି ।।


Rate this content
Log in