Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Action Inspirational

3.9  

ବି. ନିରୁପମା

Action Inspirational

ବେଦନା ଯା' କର ଊଣା

ବେଦନା ଯା' କର ଊଣା

1 min
356



ଚାହିଁଦେଖ ଆଜି ହେ ଉତ୍କଳମଣି

ସରଗ ରାଇଜେ ଥାଇ ,

ଏବେବି ତୁମକୁ ଲୋଡ଼ୁଛି ପ୍ରଦେଶ

ତା' ହିତ ସାଧନ ପାଇଁ ।


ହେ ମାର୍ଗଦର୍ଶକ ଆସିବକି ଥରେ

ପୁଣି ଏଥି ଅବତରି ,

ଦୁଃଖୀ ଜନତାର ଲୁହ ପୋଛିଦେଇ

ଓଠେ ଦେବ ହସ ଭରି ।


ତୁମ ଆଶ୍ୱାସନା, ସମବେଦନା ଓ

ପରଶରେ ଯେଉଁ ଶକ୍ତି ,

ପାଇବା ଲୋକ ତା' ଅନୁଭବି ଅଛି

ଆହେ କରୁଣାର ମୂର୍ତ୍ତି ।


ଚାହିଁ ରହି ତୁମ ଫେରିବା ବାଟକୁ

କାନ୍ଦୁଛି ଦୁଃଖିନୀ ମାଆ ,

ଆଉ ଥରେ ଆସି ତା' ସୁଖ-ଦୁଃଖରେ

ହୁଅ ହେ ଦେବତା ସାହା ।


ପୋଛିଦେଇ ତା'ର ନୟନରୁ ଲୁହ

ବେଦନା ଯା' କର ଊଣା ,

ସମଗ୍ର ଦେଶରେ ଉତ୍ତମ ପ୍ରଦେଶ

ଭାବେ ହେଉ ସିଏ ଗଣା ।


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।


Rate this content
Log in

Similar oriya poem from Action