Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Others

3  

Bijay Prusty

Others

ବେସୁରା ଗୀତି-୭୨୫

ବେସୁରା ଗୀତି-୭୨୫

1 min
6.8K


ବେସୁରା ଗୀତି-୭୨୫

 

କାହିଁକି ଆସୁଛ ବର୍ଷା ଗୋ ତୁମେ

ମେଘର ପାଚେରି ଡେଇଁ

କାହିଁ କେତେ ଦୂରେ ଦିଶେ ତୁମ ଦେହ

ଘନ ଘୋର କଳା ଛାଇ  ॥

ତୁମ ପ୍ରୀତି ଭରା ବଇଁଶୀର ସ୍ଵର

କାନରେ ବାଜୁଛି ମୋର

କଥା ଦେଇଛି ମୁଁ ଭିଜିବିନି ବୋଲି

ସେଥିପାଇଁ ଲାଗେ ଡର  ॥

ତୁମରି ସହିତ ଭିଜିଗଲେ ଥରେ

ଦେହେ ଲାଗିଯିବ ନିଆଁ

ଅସହାୟ ଲାଗେ କାହିଁକି କେଜାଣି

ଖୋଜେ ତୁମ ପ୍ରୀତି ଛୁଆଁ  ॥

ତୁମରି ପାଦର ଘୁଙ୍ଗୁରର ସ୍ଵର

କାନେ ବାଜିଗଲେ ମୋର

ଜୀବନ ନଈରେ ଜୁଆର ଉଠଇ

ଏ ଦୁନିଆଁ ଲାଗେ ପର  ॥

ତୁମେ ତ ଆସିଛ ବରଷି ଯାଅ ଗୋ

ମନା କେବେ କରିବିନି

ମୋ କଥାକୁ ରକ୍ଷା କରି ତୁମ ସହ

ଥରେ ହେଲେ ଭିଜିବିନି  ॥


Rate this content
Log in