Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bikesh Sahu

Others

2  

Bikesh Sahu

Others

ଆସିବ କି ଥରେ

ଆସିବ କି ଥରେ

1 min
1.8K


ଆସିବ କି ଥରେ ହେ ଶାନ୍ତ ଶ୍ରାବଣ

ନେଇ ତୁମ ବାରି ଧାରା

କଳା ବଉଦରେ ଆକାଶ ସଜାଇ

ଲମ୍ବାଇ ବିଜୁର ମାଳା ॥

ଅଷ୍ଟ ମାସ ତପ୍ତ ଦେଇ ଦିବାକର

ତତାଇ ଅଛନ୍ତି ଧରା

ହୋଇଛି ଶ୍ରୀହୀନ ଏହି ଧରାଧାମ

ଲୋଡ଼ା ତୁମ ବାରି ଧାରା ॥

ବୃକ୍ଷ ରାଜି ସବୁ ଗଲେଣି ତ ଶୁଖି

ଆଜି ତ କଙ୍କାଳ ପରା

ପାଣି ଟୋପେ ପାଇଁ କେତେ ଯେ ସଂଘର୍ଷ

ତୁମେ ହିଁ ସାହା ଭରସା ॥

ଫେରେଇ ଦେବ କି ଏ ଧରାର ଶୀରି

ଦେବ କି ଜୀବନ ନୂଆ

ପିନ୍ଧାଇ ଦିଅ ହେ ସବୁଜର ପାଟ

ଫୁଟାଇ ମଲ୍ଲୀ ଦହନା ॥

ଚାଷୀ ମୁଖେ ହସ ଖେଳାଇ ଦିଅ ହେ

ଧରା ହେଉ ସୁଶୋଭିତା

ଭିଜିବାକୁ ତୁମ ଶୁଭ୍ର ଝରିରେ

ଏ ମନ ଆଜି ଅଧୀରା ॥

ପାଟି ଖୋଲି ମାଟି ଚାହିଁଛି ତୁମକୁ

ମେଣ୍ଟାଇବାକୁ ତା ତୃଷ୍ଣା

ଶୈଳ ଶୀଖରେ ଚାହିଁଅଛି ଶିଖୀ

ଡେରି ଆଉ ହେ କରନା ॥


Rate this content
Log in