Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bhakta Malla

Others

2  

Bhakta Malla

Others

ଅନାମ

ଅନାମ

1 min
6.7K


ଅନାମ ! ମୋତେ ପାଗଳ କର

ଅଡାଳକୁ ଧରି ବିଡାଳ ହେଉଛି

ଅଭକ୍ତିରେ ସଦା ଭାବ ବିହାର

ଅନାମ ! ମୋତେ ପାଗଳ କର ।

ଅନିତ୍ୟରେ ନିତ୍ୟ ଖୋଜୁଛି ସତ୍ୟ

ଅବାସରେ ନିତି ବାସର ତୋଳୁଛି

ଅପ୍ରେମରେ ସଦା ଭାବ ବିହାର

ଅନାମ ! ମୋତେ ପାଗଳ କର ।

ଅରଣା ମଇଁଷି ଅରମା ବଣେ

ଅହର୍ନିଶି ଘୁରି ବଣା ହେଉ ଅଛି

ଅସଂଖ୍ୟକୁ ଗଣେ ସେ ନିରନ୍ତର

ଅନାମ ! ମୋତେ ପାଗଳ କର ।

ଅଜନ୍ମାର ଜନ୍ମ ଜାତକ ନାହିଁ

ଅମାପ ବଅସ ମାପ ହେଉଅଛି

ଅସୀମର ସୀମା ହେବ ବାହାର

ଅନାମ ! ମୋତେ ପାଗଳ କର ।

ଅଶେଷେ ଆକର୍ଷି ଦିବସ ନିଶି

ଅଜପା ଜପକୁ କଷି ଧରି ଅଛି

ଅକର୍ମାର କର୍ମ ଭାବ ସଂଚାର

ଅନାମ ! ମୋତେ ପାଗଳ କର ।


ଶ୍ରଦ୍ଧା ର ସହ

ଭକ୍ତ ଚରଣ ମଲ୍ଲ ।



Rate this content
Log in