Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudama Lenka

Abstract

5.0  

Sudama Lenka

Abstract

ଫିକା ପ୍ରେମ

ଫିକା ପ୍ରେମ

1 min
6.7K


ପୂର୍ଣ୍ଣିମା ଆସିଛି ଜହ୍ନ ବି ଦିଶୁଛି 

  ବସିଛି ମୁଁ ଏକା ଛାତେ !

ପ୍ରିତି ଭରା ସେହି ସ୍ମୃତିକୁ ଭାବୁଛି 

  ଜହ୍ନ ହସୁଅଛି ମୋତେ !

ଆଖି ଛଳ ଛଳ ଲୁହ ମୋ କହୁଛି 

   ତୁ କି ବୁଝିବୁ ସତେ !

କେମିତି ଭୁଲିବି ସେ ଅଲିଭା ସ୍ମୃତି 

    ଭଲ ପାଏ ମୁଁହି କେତେ !

ରାଜା,ରାଣୀ ଗପ କେତେ ମୁଁ କହିଛି 

  ଏ ରାତି ସବୁ ତ ଜାଣେ !

ପ୍ରେମର ଜୁଆରେ ଭଟା ପଡିଗଲା 

   କହ ହେଁ ଜହ୍ନ ଓଧରେ !

କେଉଁ ସପନର ଅଭାବ ରଖିଲି 

  ତୁ ତ ମୁକ ସାକ୍ଷୀରେ !

ପ୍ରିୟା ମୋ କରିଲା ସାତ ପର ମୋତେ 

 ରହିବି କେମିତି ଶାନ୍ତିରେ !

ନିଶବ୍ଦ ଏ ରାତି ଆଖି ଖୋଲି ଦିଏ 

   ପ୍ରିୟାର ସେ ରୂପ ମୋଚନରେ !

ଜହ୍ନ ସାଥେ କୁଆଁ ତାରାକୁ ଦେଖିଲେ 

   ସବୁ ଭୁଲି ଯାଏ ନିର୍ଜନରେ !

ଜହ୍ନ ହସୁଥାଏ ତାରା ଦେଖୁଥାଏ 

   ଏ ରାତି ରହିଛି ଏକା !

ସଭିଏଁ କୁହନ୍ତି ମିଳି ମିଶି ହୋଇ 

   ପ୍ରେମ ତୋ ହୋଇଛି ଫିକା !!!!


Rate this content
Log in