ବେସୁରା ଗୀତି-୭୬୩
ବେସୁରା ଗୀତି-୭୬୩
ବରଷା ରାଣୀ ତୁ ଥିରି ଥିରି ପାଦେ
ଆସୁଥିଲୁ ଚାଲି ଚାଲି
ଦେଖି ତୋତେ ହସେ ଶୁଖିଲା ଧରଣୀ
ହସୁଥିଲା ମରୁବାଲି ॥
ତୋ ପ୍ରୀତି ପରଶ ପାଇବା ପାଇଁକି
ଚାହିଁଥିଲେ କେତେ କେତେ
ନିଦାଘରେ ସିଝି ଯାଇଥିବା ଦେହ
ଶୀତଳ ହବ ତୋ ସ୍ପର୍ଶେ ॥
ତୁ କିନ୍ତୁ ବରଷା ଏତେ ଅମାନିଆ
ଛୁଇଁଲୁନି କାର ଦେହ
ଅଧା ସିଝା ସେଇ ମଣିଷ ଅନ୍ତରୁ
ଉଠିଥିଲା କେତେ କୋହ ॥
କିଏ ଛାଡିଦେଲା ଦୁନିଆଁ ର ମୋହ
କେ ଛାଡିଲା ତୋର ଆଶା
ତରଳିଲା ନାହିଁ ମନ ଟି ତୋହର
କଲୁ କେତେ ହଟ ହଟା ॥
ଏବେ ନିତି ନିତି ବରଷି ଯାଉଛୁ
ଭିଜଉଛୁ କେତେ ଦେହ
ତଥାପି ବର୍ଷା ତୋ ଅମାନିଆଁ ପଣ
କାହିଁକି ଛାଡୁନୁ କହ ?