Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shiba Charan Mahapatra

Others

2  

Shiba Charan Mahapatra

Others

ସଞ୍ଜ ନଇଁ ଗଲେ

ସଞ୍ଜ ନଇଁ ଗଲେ

1 min
393



ସଞ୍ଜ ନଇଁ ଗଲେ

ମଧୂରାନ୍ତକ ର ମଧୂଚକ୍ର ବଳୟେ

ମଧୂ ଝରାଇବସେ ମୋ ଲେଖନୀ..

କାଗଜ ସବୁ

ଫଡଫଡ ଡେଣା ଝାଡନ୍ତି

ମଧୁକର ସାଜି ମଧୂ ଶୋଷିବାକୁ..

କେଉଁ ମଧୂମୟ ପ୍ରଣୟ ଓଁକାର ଧ୍ୱନୀ ରେ

ଶବ୍ଦମାନେ ଓହ୍ଲାଇ ଆସନ୍ତି

ଭାବନା ତୁଙ୍ଗ ଶୀଖରୁ

ମୋ ଝର୍କା ରେଲିଂ ର

ଅଦୃଶ୍ୟ ପାବଚ ଦେଇ..

ଝର୍କା କଡ କୁ ଲାଗି

ମୋ ଶାଳକାଠ ତିଆରି ଟେବୁଲ.. ବେତବନ୍ଧା ଚୌକି..

ଜୀବନ୍ତ ଲେଖନୀ ଆଉ

ସାଧା କାଗଜ ଆତୁର ଲଙ୍ଗଳା ଛାତି..

ଯିଏ ଖାଲି

ମହମହ ହୋଇ ମହକ ବୁଣୁଥାଏ

ପୃଥିବୀ ସାରା ବଖରା

ଏପାରି ରୁ ନଜର ସେପାରି ଯାଏଁ..

ଖୋଜିଚାଲିଥାଏ ପ୍ରେମିକ ଶବ୍ଦ-ରାଗ-ଛନ୍ଦ-ଅଳଙ୍କାର ର

ନିଃଶବ୍ଦ ପଇରି

ରଚିବାକୁ ନିଗୂଢ ଭାବ ର ମଧୂଝରା ରତି..

ଅହରହ ଦିବାରାତ୍ରୀ..

ଆଉ ମୁଁ ମୁହଁ ବୁଲେଇ ପଡିଥାଏ

ପିଠିକରି ଶୋଇଥିବା

ଡଣ୍ଡଲ୍ପ ଗଦି ପକା ପଲଙ୍କ ପରି...


×-×-×-×-×-×-×



Rate this content
Log in