Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Debabrata Jena

Others

3  

Debabrata Jena

Others

ଦ୍ରଷ୍ଟା ଏକା ସ୍ୱୟଂ ସାଇଁ

ଦ୍ରଷ୍ଟା ଏକା ସ୍ୱୟଂ ସାଇଁ

1 min
972


ମୁଁ ମୁଁ ବୋଲି କହି ତୁ ଚାଲିଛୁ

ନେଇ ଯିବୁ ତୁହି କିସ

ତୋହର ଅସ୍ତିତ୍ବ ମାଟିରେ ମିଶିବ

ନେଲେ ତୁ ଶେଷ ନିଶ୍ୱାସ ।।


ଏ ଜୀବନ ଅଟେ କ୍ଷଣିକ ସମୟ

କେବେ ପୁଣି ହେବ ଲୀନ

ଜୀବନଟା ଯଦି ପାଇଛ ହେ ବନ୍ଧୁ

ଉପଯୋଗ କର ପୂର୍ଣ୍ଣ ।।


ଜୀବନଟା ଅଟେ କଣ୍ଟକିତ ପୂର୍ଣ୍ଣ

ଉତ୍ଥାନ ପତନ ଥାଏ

ସେ ବନ୍ଧୁର ପଥେ ଚଳେ ଯେଉଁ ଯାତ୍ରୀ

ଅମୀୟ ପରଶ ପାଏ ।।


କର୍ତବ୍ୟ,ନିଷ୍ଠା ଓ ମାନଵିକତାକୁ

ବାନ୍ଧି ରଖି ଥିବୁ ଯେବେ

ଆଗୁସାର ହେବୁ ଅମୃତର ପଥେ

ସର୍ବେ ତୋତେ ଝୁରୁଥିବେ ।।


ଏଇ ଜୀବନଟା ନିଜ ପାଇଁ ନୁହେଁ

ବଞ୍ଚିବା ଅନ୍ୟର ପାଇଁ

ସ୍ୱର୍ଗ ସୁଖ ପ୍ରାପ୍ତି ସମ ସେ ବଞ୍ଚିବା

ଦ୍ରଷ୍ଟା ଏକା ସ୍ୱୟଂ ସାଇଁ ।।


Rate this content
Log in