ନିରୋଳା ମୂହୁର୍ତ୍ତ
ନିରୋଳା ମୂହୁର୍ତ୍ତ
ପ୍ରତାପ ନାୟକ
୭୦୦୮୦୫୪୨୮୨
ପହଞ୍ଚିଲି ଆଣିବାକୁ ନିଦଟିକେ
ଧାଆରେ ତୁମ ପାଖରୁ
ଚିମୁଟି କନ୍ଦେଇଲ ମୋତେ
ନିଦ ଧାଆରେ ଦବାତ ଦୂରର କଥା
ମୋ ପାଖରେ ଥିବା ଶେଷ ସନ୍ତକ
ନିରୋଳା ମୁହୂର୍ତ୍ତ
ସେଥିରେ,ଧସେଇ ପସି
ବିପର୍ଯ୍ୟସ୍ତ କଲ
ପିଠିରୁ ଗାଲରୁ ବେକମୁଳୁ......
ମୁଳଧନ ନିଦର ମୋର ସରିଗଲାପରେ
କାହୁଁ ପାଇବି ମୋ ନିରୋଳା ମୁହୂର୍ତ୍ତ
ଆଣିବି ଧାଆରେ ନିଦ
ଅବଶୋଷ ମେଣ୍ଟେଇବି ମୋ ଶରୀରର....
ମୋ,ଝଂଘର ତୁମ ଚିମୁଟାର ଅାଂଗୁଳି ଚିହ୍ନରେ
ଲିପଷ୍ଟିକ ଓଠର ଚୁମାପରି
ପଡିଛି ନାଲି
ଘରେ ଦେଖିଲେ ମୋ ଘରଲୋକ
କି ଉତ୍ତର ଦେବି ମୁଁ ଯେ...
ତୁମେ ଖାଲି ଚିମୁଟିନି...କଂଦାଅ ବି ମୋତେ
କାନ୍ଦି କାନ୍ଦି ଆଖି ଲାଲ୍ କରି ଫେରେ
ତାର ବି ଉତ୍ତର ଦବାକୁ ହେବ ଘରେ ତାକୁ ?
ଯିଏ ମୋର ସବୁ ନିଦ ନେଇଛି ଚୋରେଇ...
ଦେଇଛି ହଜେଇ.....
ସିଏତ ମୋ ନିଦକୁ ଉଡାଏ
ଆଉ କା'ର ବାହୁ ବେଷ୍ଟନିରେ....
ଯେତେବେଳେ ସିଏ ଲିପଷ୍ଟିକ ଲିଭେଇ ସାରି
ଫେରେ ଘରକୁ ଅସଜ ପାଦରେ
ନିଦ ମୋର ହଜିଯାଏ
ମାଗିବାକୁ ଆସେ ମୁଁ ଧାଆରେ ନିଦ
ତୁମଠୁ କେବଳ ତୁମଠୁ
ତୁମେ ଖାଲି ଚିମୁଟିକି କଂଦାଇ ଶିଖିଛ ମୋତେ...