Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Drama Romance

5.0  

ବି. ନିରୁପମା

Drama Romance

ଗୋରା ରଙ୍ଗ ଗଲା ଉଡ଼ି

ଗୋରା ରଙ୍ଗ ଗଲା ଉଡ଼ି

1 min
1.2K


ସେତିକି ବୋଳିଥା' ମୋ ଦେହେ ଅବିର

ରଙ୍ଗରେ ଗଲିଣି ଜଡି ,

ନୀଳାମ୍ବରୀ ପାଟ ନୂଆ ପିନ୍ଧିଥିଲି

ଗଲା ତହିଁ ଛିଟା ପଡି ।


ମଗେଇ ଥିଲି ମୁଁ କଳିଙ୍ଗ ରାଇଜୁ

ତାରକସି କାମ ଶାଢି ,

ନ ବୁଝି ନ ଶୁଝି ଉଜାଡ଼ି ଦେଲୁ ତୁ

ଗଲା ତା'ର ଶିରୀ ଛାଡି ।


କାରିଗର ତହିଁ ଖଞ୍ଜି ଦେଇଥିଲା

ମୟୂର ଚନ୍ଦ୍ରିକା ଧଡ଼ି,

ତାଆରି ସାଙ୍ଗକୁ ଭଳି ଭଳି କେତେ

ଦରଫୁଟା ମଲ୍ଲୀ କଢ଼ି ।


ନୀଳରଙ୍ଗେ ଯେଣୁ ଭାରି ଶରଧା ମୋ

ପିନ୍ଧିଥିଲି ନୀଳ ଚୁଡି ,

ଜୁଡ଼ାରେ ମୋହର ଖୋସି ଦେଇଥିଲି

କୃଷ୍ଣ ତମାଳକୁ ଯୋଡ଼ି ।


ସବୁ ନୀଳକୁ ମୋ ନାରଙ୍ଗୀ କରିଲୁ

ଗୋରା ରଙ୍ଗ ଗଲା ଉଡ଼ି ,

ବାହୁଡ଼ିଲା ପରେ ଗାଳି ଶୁଣିବି ମୁଁ

ଘରେ ଖାଲି ଘଡ଼ି ଘଡ଼ି ।


ରାଜାପୁଅ ବୋଲି ଏଡ଼ିକି ବହପ

ଦିନୁ ଦିନ ଯାଏ ବଢ଼ି ,

ଯଶୋଦା ମାଆଙ୍କୁ କହିଦେବି ଯାଇ

ଦଉଡ଼ିରେ ଦେବେ ଭିଡ଼ି ।।


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in

Similar oriya poem from Drama