Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Romance

3  

Prafulla Chandra Mishra

Romance

ମନ ଆକାଶର ଜହ୍ନ

ମନ ଆକାଶର ଜହ୍ନ

1 min
486


ତୁମେ ପ୍ରୀତିଧାରା ମନ ଧ୍ରୁବତାରା

 ତୁମେ ଜୀବର ଜୀବନ,

 ତୁମେତରେ ସଖୀ ଶରତ୍-ଚନ୍ଦ୍ର ମୁଖୀ

 ତୁମେ ଅମୂଲ୍ୟରତନ,

 ତୁମ ବିନା ସ୍ଵପ୍ନ ନୁହଁଇ ସମ୍ପୁର୍ଣ୍ଣ

 ପ୍ରିୟ ସଖୀ ପ୍ରାଣ ଧନ,

 ତୁମେ ତ ହୃଦ ଚନ୍ଦନ , ତୂମେ ପ୍ରୀତି ଧାରା ମନ… ।।


 ତୁମ ନୀଳ ଆଖି କଥାକୁହେ, ଦେଖି

 ଥୟ ହୁଏନାହିଁ ମନ,

 ସତେ ନୀଳକଇଁ ଛଇଳା ସୁ-ଦେହୀ

ମଧୁଝରା କୁନ୍ଦ ବନ,

ରତିପତି ଶର ଅସହ୍ୟ, ସୁନ୍ଦର

 ଛବି ଦେଖିଦେଲେ ତୁମ,

 ତୁମେ ଆକାଶ କୁସୁମ , ତୁମେ ପ୍ରୀତି ଧାରା ମନ… ।।


 ନିସ୍ତେଜିତ ମାଟି ଘଟେ ପ୍ରାଣଶକ୍ତି

 ତୁମେ ଦେବୀ ଶକ୍ତି ସମ,

 ସତେ ନିୟନ୍ତ୍ରିତ କରିଛରେ ମିତ

 କରିଅଛ ଶକ୍ତିମାନ୍,

 କେମିତି ଭୁଲିବିରେ ନୟନ ଛବି

 ବାନ୍ଧି ଦେଇଅଛ ମନ,

 ମନ ଆକାଶର ଜହ୍ନ , ତୁମେ ପ୍ରୀତି ଧାରା ମନ… ।।



Rate this content
Log in

Similar oriya poem from Romance